କନ୍ଧମାଳ : ସାମ୍ବାଦିକଙ୍କ ମାତୃ ବିୟୋଗ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଅତି ପରିଚିତ ସାମ୍ବାଦିକ ବୈଦ୍ୟ ନାୟକଙ୍କ ମା’ ମହାରଗି ନାୟକଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିଲେ । ସେ ଜଣେ ଧର୍ମପରାୟଣ ଓ ପରୋପକାରୀ ମହିଳା ସହ ସାଇ ପଡ଼ିଶାରେ ଭଲମନ୍ଦ ରେ ସମସ୍ତଙ୍କ ପାଖରେ ଉପସ୍ଥିତ ରହି ବୁଝୁଥିଲେ । ସୁବିଧା ଅସୁବିଧାରେ ପାରୁ ପର୍ଯ୍ୟନ୍ତ ସାହାଯ୍ୟ ସହଯୋଗ କରିବାକୁ ପଛଘୁଞ୍ଚା ଦେଉନଥିଲେ ନିଜେ ଅଭାଵ ଅସୁବିଧା ରେ ପଡି ଅନ୍ୟକୁ ସହଯୋଗ କରିବା ସତେ ଯେମିତି ନିଜର ବ୍ରତ ମଣୁ ଥିଲେ।ତାଙ୍କ ମୃତ୍ୟୁରେ କିରିଙ୍ଗିପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ସ୍ଵାମୀ ଶୁକଦେବ ନାୟକ, ପୁଅ ଵୈଦ୍ୟ ନାୟକ, ବୋହୂ ଓ ନାତୀ ନାତୁଣୀ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ପ୍ରେସ କ୍ଲବ୍‌ର ସଦସ୍ୟମାନେ ପହଞ୍ଚି ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ।

nis-ad
Leave A Reply

Your email address will not be published.