5T ସ୍କୁଲର ବାସ୍ତଵ ଚିତ୍ର : ଉଦ୍ଘାଟନ ପୂର୍ବରୁ ଭୁଶୁଡିଲା ପାଚେରୀ,ନିମ୍ନ ମାନର କାମ ସହ ଶିଶୁ ଶ୍ରମିକ ନିୟୋଜିତ…

ଜିଲ୍ଲା ପ୍ରଶାସନ ଧୂରୁ୍ତଃରାଷ୍ଟ୍ର…!!

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବହୁ ସ୍କୁଲ 5t ଅଧିନ କୁ ଆସିବାପରେ ସ୍କୁଲର ରୂପରେଖ ବଦଳିବା ସହିତ ପିଲାଙ୍କୁ ସରକାରୀ ସ୍କୁଲକୁ ଆକୃଷ୍ଟ କରିବା ଓ ପ୍ରାଇଭେଟ ସ୍କୁଲ ସହିତ ପ୍ରତିଯୋଗିତା କରି ଅତ୍ୟାଧୁନିକ ପରିବେଶ ଉଚ୍ଚମାନର ଶିକ୍ଷା ପାଇଁ ସରକାର ପ୍ରସ୍ତୁତି ଚଳାଇ ଥିବାବେଳେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଅଁଳାପଦର 5t ସ୍କୁଲରେ । ଚଳିତ ମାସ ୩୧ତାରିଖରେ ଉଦଘାଟିତ ହେବାକୁ ଥିବା ଅଁଳାପଦର ସ୍କୁଲର ପାଚେରୀ ଅସରାଏ ବର୍ଷା ଭୁଶୁଡି ପଡିଛି । 5T ସ୍କୁଲ ଗୁଡିକ ନିର୍ମାଣ ଉପରେ ଲାଗିଲା ପ୍ରଶ୍ନବାଚୀ ? ସ୍କୁଲ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେବା ସହ ନିର୍ମାଣ କାର୍ଯ୍ୟ ରେ ଶିଶୁଶ୍ରମିକ ନିୟୋଜିତ ହେଉଛନ୍ତି । ଏ ବାବଦରେ ସରକାରୀ ଅଧିକାରୀ ଜାଣି ନଜାଣିଲା ପରି ଅଭିନୟ କରୁଥିବା ରୁ 5T କାର୍ଯ୍ୟରେ ସ୍ୱଚ୍ଛତାକୁ କୁ ନେଇ ସାଧାରଣ ଆଲୋଚନା ହେଉଛି । ଗତକାଲି ଓ ଆଜି ସରକାରୀ ଛୁଟି ଥିବାରୁ ବିଭାଗୀୟ ଅଧିକାରୀ ମାନେ ମତାମତ ଦେବାକୁ ମନାକରି ଦେଇଛନ୍ତି । ଯେଉଁ ଛାତ୍ରଛାତ୍ରୀ ଙ୍କ ଶିକ୍ଷାପାଇଁ 5T ସ୍କୁଲ ହେଉଛି ସେହିପିଲା ଶିଶୁ ଶ୍ରମିକ ପାଲଟିଛନ୍ତି ସ୍କୁଲ ନିର୍ମାଣରେ । ଏହାଠାରୁ ବ୍ୟତିକ୍ରମ ଆଉ କଣ ହୋଇପାରେ, ଜିଲ୍ଲା ପ୍ରଶାସନ ସବୁ ଜାଣି ସୁଦ୍ଧା ଚୁପ ବସି ଥିବାକୁ ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି

nis-ad
Leave A Reply

Your email address will not be published.