ଦୁର୍ଦ୍ଦାନ୍ତ ମାଓବାଦୀ କମାଣ୍ଡର ସନ୍ଦୀପ ଯାଦବଙ୍କର ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ମାଓବାଦୀ କମାଣ୍ଡର ସନ୍ଦୀପ ଯାଦବଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ବିହାର ଗୟାର ବଙ୍ଗାବଜାର ଗାଁରେ ମୃତ୍ୟୁ ଘଟିଛି। ସନ୍ଦୀପଙ୍କୁ ବିଷ ଦେଇ ମାରି ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବା କେମିତି ଓ କେଉଁ ପରିସ୍ଥିତିରେ ତାର ମୃତ୍ୟୁ ହେଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ସନ୍ଦୀପର ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ଗୟା ପୁଲିସ ।

୨୫ ବର୍ଷ ଧରି ମାଓବାଦୀ ସଂଗଠନରେ ସକ୍ରିୟ ଥିଲା ସନ୍ଦୀପ ଯାଦବ। ୬ଟି ରାଜ୍ୟ ପାଇଁ ଥିଲା ମୋଷ୍ଟ ୱାଣ୍ଟେଡ୍। ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ତା ନାଁରେ ୫ ଶହରୁ ଅଧିକ ହତ୍ୟା ଓ ଅପରାଧିକ ମାମଲା ରହିଥିଲା । ସନ୍ଦୀପର ମୁଣ୍ଡ ଉପରେ ମୋଟ୍ ୮୪ ଲକ୍ଷର ପୁରସ୍କାର ଘୋଷଣା ହୋଇଥିଲା । ସେ ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ଓ ବିହାର ରାଜ୍ୟ ପ୍ରଭାରୀ ଥିଲା ।

nis-ad
Leave A Reply

Your email address will not be published.