ବ୍ୟବସାୟୀଙ୍କୁ GST ଛାଟ, ୭୭ ଲକ୍ଷ ୧ ହଜାର ଟଙ୍କା ଜରିମନା ଆଦାୟ

କରଞ୍ଜିଆ: ବ୍ୟବସାୟୀଙ୍କୁ CT & GST ବିଭାଗର ଛାଟ । ଟିକସ ଫାଙ୍କୁ ଥିବାରୁ ୭୭ ଲକ୍ଷ ୧ ହଜାର ଟଙ୍କା ଜରିମନା ଆଦାୟ କରିଛି ବାଣିଜ୍ୟ କର ବିଭାଗ । ଗତ ୧୨ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରରୁଆଁ ଅଞ୍ଚଳର ଗୋଟିଏ ପରିବାରର ତିନି ଜଣ ବ୍ୟବସାୟୀ ତଥା ସୁନୀଲ ସୁଲତାନିଆ, ପ୍ରଭାତ ସୁଲତାନିଆ ଓ ସୌରଭ ସୁଲତାନିଆଙ୍କ କରଞ୍ଜିଆର ୨ ଟି ଓ ରରୁଆଁର ୪ ଟି ବିଭିନ୍ନ ବ୍ୟବସାୟୀକ ଗୋଦାମ ଉପରେ ଏକକାଳୀନ CT & GST ବିଭାଗ ଚଢ଼ାଉ କରିଥିଲା ଏବଂ ବିଲ ସମ୍ବନ୍ଧୀୟ ଜରୁରୀ କାଗଜପତ୍ର, କମ୍ପ୍ୟୁଟର ହାର୍ଡଡିସ୍କ ସମେତ ସିସିଟିଭିର ହାର୍ଡଡିସ୍କକୁ ମଧ୍ୟ ଯାଞ୍ଚ କରିଥିଲା ।

ପରେ ଏହି ବଡ଼ ଧରଣର ଠକେଇ ବିଷୟରେ ଜାଣି ସେହି ବ୍ୟବସାୟୀଙ୍କ ଠାରୁ ୭୭ ଲକ୍ଷ ଏକ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି ଆଜି ମୟୂରଭଞ୍ଜ CT & GST ବିଭାଗର ଡେପୁଟି କମିଶନର କୁଳମଣି ମଲ୍ଲିକ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.