ରାଜ୍ୟପାଳଙ୍କୁ କୁଳାଧିପତି ପଦବୀରୁ ହଟାଇ ନିଜେ ରହିବେ ମମତା !

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମଧ୍ୟରେ ରାଜନୈତିକ କନ୍ଦଳ ଚରମ ସୀମାରେ ପହଞ୍ଚିଛି। ଫଳସୂରୁପ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଏକ ବଡ଼ ଚେକ୍ ଦେବାକୁ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହିକ୍ରମରେ ରାଜ୍ୟରେ ଥିବା ସମସ୍ତ ରାଜ୍ୟ ପରିଚାଳିକତ ବିଶ୍ୱବିଦ୍ୟାଳୟରେ କୁଳାଧିପତି ପଦବୀରୁ ରାଜ୍ୟପାଳ ହଟିବା ନେଇ ଘୋଷଣା କରିଛନ୍ତି ରାଜ୍ୟସରକାର। ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ଅର୍ଥାତ ମମତା ବାନାର୍ଜୀ କୁଳାଧିପତି ପଦବୀରେ ରହିବେ। ଏ ସମ୍ପର୍କରେ ବିଧାନସଭାରେ ସଂଶୋଧିତ ଆଇନ ଆଗତ ହେବ।
ଗୁରୁବାର ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ପାରିତ ହୋଇଛି। ବିଧାନସଭାରେ ଏନେଇ ନୂଆ ସଂଶୋଧିତ ଆଇନ ଆସିବ। ଯେଉଁଥିରେ ରାଜ୍ୟସରକାରଙ୍କ ପାରିଚାଳିତ ବିଶ୍ୱବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ କୂଳାଧିପତି ରହିବେ। ଗତକାଲି ରାଜ୍ୟ କ୍ୟାବିନେଟରେ ପାରିତ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ବେଙ୍ଗଲ ଶିକ୍ଷାମନ୍ତ୍ରୀ ବ୍ରତୟା ବାଶୁ ଏହି ଘୋଷଣା କରିଛନ୍ତି ।
ସୂଚନା ଅନୁଯାୟୀ ଏକାଧିକ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକହରଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳିଛି। ଉଭୟଙ୍କ ମଧ୍ୟରେ ବ୍ୟକ୍ତିଗତ ଆକ୍ରୋଶ ଚରମସୀମାରେ ପହଞ୍ଚି ଥିବା ଚର୍ଚ୍ଚା ହୋଇଛି । ଏହାପରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହୋଇଛି। ପୂର୍ବରୁ ରାଜଭବନର ବିନା ସମ୍ମତିରେ ରାଜ୍ୟସକାର କେତେକ ରାଜ୍ୟ ପରିଚାଳିତ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିଥିବା ରାଜ୍ୟପାଳ ଅଭିଯୋଗ ଆଣିଥିଲେ।

nis-ad
Leave A Reply

Your email address will not be published.