ଗଂଜାମ ଜିଲ୍ଲାପାଳଙ୍କ ସହାୟତାରେ ଚେନ୍ନାଇରୁ ଫେରିଲା ଓଡିଆ ଶ୍ରମିକଙ୍କ ମରଶରୀର

ବ୍ରହ୍ମପୁର (୨୫/୦୫) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହାୟତାରେ ନିଜ ଜନ୍ମ ମାଟିକୁ ଫେରିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ l ଗତ ୨୨ ତାରିଖ ଦିନ ଚେନ୍ନାଇ ଠାରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କାଳିମେଘି ପଞ୍ଚାୟତ ଜାଗିଲିପଦର ଲୁହାକୋଟ ଗ୍ରାମର ସାଗର ନାହାକ ମୃତ୍ୟୁ ବରଣ କରିଥିଲେ l ସାଗର ଚେନ୍ନାଇରେ ଶ୍ରମିକ ଭାବେ କାମ କରୁଥିଲେ । ତାଙ୍କର ମୃତ୍ୟୁ ଖବର ପାଇବା ପରେ ଘରେ ଶୋକର ଛାୟା ଖେଳିଯାଇଥିଲା । ଚେନ୍ନାଇରୁ କେମିତି ମୃତଦେହ ଫେରାଇ ଆଣିବେ ପରିବାର ଲୋକ ଚିନ୍ତାରେ ପଡିଥିଲେ । ପରିବାର ଲୋକ କାଳିମେଘି ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଅର୍ଚ୍ଚନା ତ୍ରିପାଠୀଙ୍କୁ ଜଣାଇବା ପରେ ସରପଞ୍ଚଙ୍କ ପ୍ରତିନିଧି ବିଶ୍ଵାମିତ୍ର ତ୍ରିପାଠୀ ମରଶରୀର ଫେରାଇ ଆଣିବା ପାଇଁ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିଥିଲେ ।

ଏ ଦିଗରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେଙ୍କ ହସ୍ତକ୍ଷେପ ଫଳରେ ସାଗର ନାହାକଙ୍କ ମରଶରୀର ଜନ୍ମମାଟିକୁ ଫେରିଥିଲା । ହେଲେ ଆଜି ସାଗରଙ୍କ ମୃତଦେହ ନିଜ ଜନ୍ମ ମାଟି ଜାଗିଲିପଦର ଲୋହାକୋଟ ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ସ୍ଥାନୀୟ ଲୋକପ୍ରତିନିଧି ଓ ପରିବାର ବର୍ଗ ଉପସ୍ଥିତିରେ ଗ୍ରାମ ସ୍ମଶାନରେ ସାଗରଙ୍କ ଶେଷକୃତ ସମ୍ପନ୍ନ କରାଯାଇଛି । ଏନେଇ ଗ୍ରାମବାସୀ ଗଂଜାମ ଜିଲ୍ଲାପାଳ ଓ ସରପଂଚଙ୍କୁ କୃତଜ୍ଞତା ଜଣାଇଛନ୍ତି ।

nis-ad
Leave A Reply

Your email address will not be published.