ଫୁଲବାଣୀ : ବୃହତ ନିଯୁକ୍ତି ମେଳା ଅନୁଷ୍ଠିତ…

ଫୁଲବାଣୀ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ

ଫୁଲବାଣୀ: ‘ବୃତିଏ ମୋ ପୋଷେ କୁଟୁମ୍ବ ” ଏହି ମର୍ମରେ କନ୍ଧମାଳ ଜିଲ୍ଲାର ନିଯୁକ୍ତି ଅପେକ୍ଷାରେ ଥିବା ଯୁବକ ଯୁବତୀ ମାନଙ୍କର ଯୋଗ୍ୟତା ଭିତିରେ କର୍ମନିଯୁକ୍ତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବହୁବୃତି ବୈଷୟିକ ଅନୁଷ୍ଠାନ ପରିସର ମଧ୍ୟରେ ଏକ ବୃହତ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇ ଯାଇଅଛି । ଏହି ନିଯୁକ୍ତି ମେଳାରେ ଅନ୍ତଃରାଜ୍ୟ ଓ ବର୍ହି ରାଜ୍ୟରୁ ପ୍ରାୟ ୩୭ ଗୋଟି କମ୍ପାନୀ ଯୋଗ ଦେଇଥିଲେ । କେତେକ କମ୍ପାନୀ ସିଧା ସଳଖ ଏବଂ ଅନ୍ୟ କେତେକ କମ୍ପାନୀ ସ୍ବଳ୍ପ କାଳୀନ ତାଲିମ ଦେବା ପରେ ନିଯୁକ୍ତି ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି କ୍ରମରେ ଆଜି ଆୟୋଜିତ କାର୍ଯ୍ୟକ୍ରମରେ ମାନନୀୟ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କରୋନା ପରେପରେ ଜିଲ୍ଲା ପ୍ରଶାସନର ଏତେ ବୃହତ କର୍ମନିଯୁକ୍ତି ମେଳାକୁ ଭୁରିଭୁରି ପ୍ରଶଂସା କରିବା ସହିତ ପିଲାମାନଙ୍କୁ ନିଜର ଦକ୍ଷତା ବଢ଼ାଇବା ପାଇଁ ଉତ୍ସାହିତ କରିଥିଲେ । ଏହାଦ୍ୱାରା ବହିରାଗତ କମ୍ପାନୀମାନେ ସେମାନଙ୍କୁ ଆପେ ଆପେ କର୍ମନିଯୁକ୍ତି ଦେବା ଲାଗି ଆହ୍ବାନ କରିବେ । ଏଥିଯୋଗୁ କନ୍ଧମାଳ ଜିଲ୍ଲାର ଆର୍ଥିକ ଉନ୍ନତି ଓ ପ୍ରଗତି ସମ୍ଭବ ହୋଇପାରିବ ବୋଲି ନିଜ ବ୍ୟକ୍ତବ୍ୟରେ କହିଥିଲେ । ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀ ଅଙ୍ଗଦ କହଁର କରୋନା ପାଇଁ ବହୁ ଦିନ ହେଲା ଏହି ନିଯୁକ୍ତି ମେଳା ହୋଇ ନ ଥୁଲା । ପାଠ ପଢ଼ି ବେକାର ହୋଇ ବସିଥିବା ପିଲାମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଅଟେ । ପିଲାମାନେ ନିଜ ନିଜ ଯୋଗ୍ୟତା ଭିତିରେ କମ୍ପାନୀରେ ନିଯୁକ୍ତି ପାଆନ୍ତୁ ଏବଂ ନିଜର ପରିବାର ସୁରୁଖୁରୁରେ ଚଳାଇବୁ ବୋଲି କହିଥିଲେ।ସେହିପରି ମାନ୍ୟବର ବାଲିଗୁଡ଼ା ବିଧାୟକ ଶ୍ରୀ ଚକ୍ରମଣି କହଁର କହିଥିଲେ ଯେ, ଆମ ପାଖକୁ ଏବେ ୩୭ ଗୋଟି କମ୍ପାନୀ ଅସିଛନ୍ତି ।ସେଥିମଧ୍ୟରୁ ଆପଣମାନେ ଯୋଗ୍ୟତା ଭିତରେ ଯେଉଁ କମ୍ପାନୀକୁ ବାଛିବେ ସେହି କମ୍ପାନୀରେ ଆପଣମାନେ ନିଯୁକ୍ତି ପାଇପାରିବେ । ଏହା ଦ୍ଵାରା ଆପଣ ମାନଙ୍କର ବାପା ମାଆ ଖୁସି ହେବେ । ମାନ୍ୟବର ଘୁ. ଉଦୟଗିରି ବିଧାୟକ ଶ୍ରୀ ସାଲୁଗା ପ୍ରଧାନ ଏହା ଆମଜିଲ୍ଲା ପାଇଁ ଏକ ଖୁସି ଖବର । ଆମ ଜିଲ୍ଲାର ପିଲା ମାନଙ୍କୁ ନିଯୁକ୍ତି ଦେବା ପାଇଁ ସରକାରଙ୍କ

ତରଫରୁ ଏକ ସୁଯୋଗ ଦିଆଯାଇଛି । ସେମାନେ କମ୍ପାନୀରେ ଚାକିରି କରି ବାପା ମାଆ ଭାଇ ଭଉଣୀଙ୍କର ଇଛାକୁ ପୂରଣ କରି ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବେ ବୋଲି ଏହି ପ୍ରେରଣା ଦେଉଛି । ଏହାଦ୍ୱାରା ପିଲାମାନଙ୍କର ଜୀବନ ସାକାର ହେବ ଏବଂ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବ । କନ୍ଧମାଳ
ଜିଲ୍ଲାପାଳ ଡା.ବୃନ୍ଦା ଡି. ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ, ଏହି ନିଯୁକ୍ତି ମେଳା ଫୁଲବାଣୀ ଓ ବାଲିଗୁଡ଼ା ଦୁଇଗୋଟି ସବ୍‌ଡିଭିଜନକୁ ନେଇ ଆୟୋଜନ ହୋଇଅଛି । ଏହି ନିଯୁକ୍ତି ମେଳାରେ ଆପଣମାନେ ଯୋଗଦେଇ ଆପଣ ମାନଙ୍କର ଯୋଗ୍ୟତା ଅନୁଶାରେ ବିଭିନ୍ନ କମ୍ପାନୀରେ କର୍ମସଂସ୍ଥାନ ପାଆନ୍ତୁ କାରଣ ସରକାରୀ କ୍ଷେତ୍ରରେ ଏତେଟା ନିଯୁକ୍ତି ସୁଯୋଗ ନାହିଁ। ଆପଣମାନଙ୍କର ଯାହା ସାହାଯ୍ୟ ସହଯୋଗ ଦରକାର ଆମ୍ଭେ କରିବୁ । ଏହାଦ୍ଵାରା ଆପଣମାନଙ୍କର ପରିବାର ଆର୍ଥିକ ସ୍ବଚ୍ଛଳ ହେବ । ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ଭୃଙ୍ଗରାଜ ମହାନ୍ତଙ୍କ ସୂତ୍ରରୁ ପ୍ରକାଶ ଯେ,ଆଜି ଏହି ନିଯୁକ୍ତି ମେଳାରେ ସମୁଦାୟ ୧୨୧୯ ଜଣ ଯୁବକ ଯୁବତୀ ଯୋଗଦେଇଥିଲେ ।ସେମାନଙ୍କ ମଧ୍ୟରୁ ୨୪୬ ଜଣ ୧୭ ଗୋଟି କମ୍ପାନୀ ଦ୍ୱାରା ସିଧା ସଳଖ ନିଯୁକ୍ତି ପାଇବାପାଇଁ ଯୋଗ୍ୟ ବିବେଚିତହୋଇଥିବା ବେଳେ ୧୬୬ ଜଣ ତାଲିମ ଭିତିକ ନିଯୁକ୍ତି ପାଇଁ ୯ ଗୋଟି ପି.ଆଇ.ଏ.ଙ୍କ ଦ୍ଵାରା ମନୋନୀତ ହୋଇଥିଲେ।ପରିଶେଷରେ ମାନନୀୟା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ ବାଙ୍ଗାଲୋର ସ୍ଥିତ ଅରବିନ୍ଦ ଗାରମେଣ୍ଟ, ଫ୍ୟାକ୍ଟ୍ରିରେ ତତ୍କାଳ ୧୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.