ରୋବର୍ଟ କରିବ ଜଟିଳ ଅପରେସନ ! ଏହା ସମ୍ଭବ କରିବ ମେଟାର ଏଆଇ ପ୍ଲାଟଫର୍ମ

ନୂଆଦିଲ୍ଲୀ : କଣ ଭବିଷ୍ୟତରେ ରୋବର୍ଟ ମଣିଷ ଶରୀରରେ ଜଟିଳ ଅସ୍ତ୍ରୋପଚାର କରିପାରିବେ ? ଏହା କଣ ସମ୍ଭବ ? ଏପରି ଏକ ସମ୍ଭାବନା ଉପରେ କାମ ଆରମ୍ଭ କରିଦେଇଛି ମେଟା ବା ପୂର୍ବର ଫେସବୁକ । ଅତ୍ୟାଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତାକୁ ବ୍ୟବହାର କରି ରୋବର୍ଟମାନେ ଏପରି କାମ କରୁଥିବାର ଏକ ଭିଡିଓ ନିକଟରେ ମେଟାର ସିଇଓ ମାର୍କ ଜୁକରବର୍ଗ ସେୟାର କରିଛନ୍ତି ।
ଏହି କାର୍ଯ୍ୟକୁ ସମ୍ଭବ କରିବା ପାଇଁ ମେଟା ପକ୍ଷରୁ ଏକ ଏଆଇ ପ୍ଲାଟଫର୍ମ ମାୟୋସ୍ୟୁଟ୍ ଲଞ୍ଚ୍ କରାଯାଇଛି । ଏହାକୁ ବ୍ୟବହାର କରି ରୋବର୍ଟମାନେ ଅତି ଜଟିଳ କାମ କରିପାରିବେ ବୋଲି ଜୁକରବର୍ଗ ଦର୍ଶାଇଛନ୍ତି । ୨୪ ସେକେଣ୍ଡର ଏହି ଭିଡିଓରେ ଦେଖାଯାଉଛି ଯେ ଏକ ରୋବୋଟିକ୍ସ ହାତ କେତେକ ଜଟିଳ ହାତ ପରିଚାଳନା କରୁଛି । ଏହି ଗବେଷଣା ଭବିଷ୍ୟତରେ ପ୍ରୋଷ୍ଟେଥିକ୍ସ, ଫିଜିକାଲ ରିହାବ ଓ ସର୍ଜରି ଟେକନିକରେ ବୈପ୍ଲବିକ ପରିବର୍ତ୍ତନ ଆସିପାରିବ ବୋଲି ଜୁକରବର୍ଗ କହିଛନ୍ତି ।

nis-ad
Leave A Reply

Your email address will not be published.