ଟାଙ୍ଗରପାଲି ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ

ସୁନ୍ଦରଗଡ଼ (୨୩/୦୫) : ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରପାଲି ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ଏକ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ ଏବଂ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଉପସ୍ଥିତି ରହି ଲୋକମାନଙ୍କର ଅଭିଯୋଗ ଶୁଣାଣି କରିଥିଲେ। ଟାଙ୍ଗରପାଲି ବ୍ଲକରେ ହୋଇଥିବା ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ମୋଟ ୩୦ଟି ଆବେଦନର ଶୁଣାଣି କରାଯାଇଥିଲା। ସେଥିମଧ୍ୟରୁ ୧୦ଟି ବ୍ୟକ୍ତିଗତ ସମସ୍ୟା ରହିଥିବା ବେଳେ ୧୯ଟି ସାମୁହିକ ସମସ୍ୟା। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ କ୍ୟାନସର ରୋଗର ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପାଇଁ ଜଣେ ବ୍ୟକ୍ତି ଆବେଦନ କରିଥିଲେ। ଏହା ମଧ୍ୟ ଜନଶୁଣାଣିରେ ଉପସ୍ଥାପନ କରାଯାଇଥିଲା।

ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଟାଙ୍ଗରପାଲି ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତର ଜନସାଧାରଣ ଉପସ୍ଥିତ ଥିଲେ। ବାର୍ଦ୍ଧକ୍ୟ ଭତ୍ତା, ରାସ୍ତାଘାଟ ସମସ୍ୟା, ବ୍ରିଜ, ଚେକ୍ ଡ୍ୟାମ୍ ନିର୍ମାଣ, ପାନୀୟ ଜଳ ଯୋଗାଣର ସମସ୍ୟା , ଜମିଜମା , ପୋଖରୀ ପୁନରୁଦ୍ଧାର, ବୃଦ୍ଧାଶ୍ରମ ନିର୍ମାଣ ଆଦି ଅଭିଯୋଗ ନେଇ ଜନ ଶୁଣାଣିରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ସୁନ୍ଦରଗଡ଼ ଏସପି ସାଗରିକା ନାଥ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର, ଜିଲ୍ଲା ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପଧାନ, ଡେପୁଟି କଲେକ୍ଟର(ଆପାତକାଳୀନ) କୁନ୍ତୀରାଣୀ ନାଏକ, ଟାଙ୍ଗରପାଲି ବିଡିଓ ଐଶ୍ଵର୍ଯ୍ୟା ଭୂୟାଁଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.