ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ସମ୍ୱର୍ଦ୍ଧିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଜଣାଶୁଣା ସାହିତ୍ୟିକ ତଥା ଶିକ୍ଷାବିତ୍ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ବ୍ରହ୍ମପୁର ମହାନଗର ମହୋତ୍ସବ ଅବସରରେ “ଅମୂଲ୍ୟ ଆମ ସାହିତ୍ୟ ସଂସଦ ” ତରଫରୁ ବିଶିଷ୍ଟ ସାହିତ୍ୟିକ ଭାବେ ସମ୍ୱର୍ଦ୍ଧନl ଦିଆଯାଇଛି l ଉପସ୍ଥିତ ଅତିଥି ମlନେ ଶ୍ରୀ ମହାପାତ୍ରଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ୱର୍ଦ୍ଧିତ କରିଥିଲା ବେଳେ ତାଙ୍କ ଦ୍ୱାରା ରଚିତ ଶିଶୁ କବିତା ସଂକଳନ “ଚାଲ ବୁଲିଯିବା କନ୍ଧମାଳ”, ଉନ୍ମୋଚିତ ହୋଇଥିଲା l ଡ଼ଃ ମହାପାତ୍ର କନ୍ଧମାଳ ତଥା ଓଡ଼ିଶାର ଜଣେ ଅଧୁନା ଜଣାଶୁଣା ସାହିତ୍ୟିକ l
ତାଙ୍କର କୋଡ଼ିଏରୁ ଉର୍ଦ୍ଧ୍ଵ ବହି ପ୍ରକାଶିତ ହୋଇଥିଲା ବେଳେ ବହୁ ପ୍ରତିସ୍ଥିତ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହୋଇଛନ୍ତି lଏହି ସାରସ୍ୱତ ସମାବେଶରେ ଗଂଜାମର ପୂର୍ବତନ ସଂସ୍କୃତି ଅଧିକାରୀ କୃଷ୍ଣ ଚନ୍ଦ୍ର ନିଶଙ୍କ, ବିଶିଷ୍ଠ ନାଟ୍ୟକାର ଉମlରମନ ପlଢି, ଦାରିଂବାଡ଼ି ବି. ଡି. ଓ ତଥା ସାହିତ୍ୟିକ ଗଦାଧାର ପାତ୍ର, ସାହିତ୍ୟିକ ଦୟାସିନ୍ଧୁ ପରିଡା, ସାହିତ୍ୟିକ ଅରବିନ୍ଦ ପଣ୍ଡା, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ସଞ୍ଜୟ କୁମାର ଷଡ଼ଙ୍ଗୀ, ମାହେଶ୍ୱରୀ ଦୋରା, ଶରତ ଚନ୍ଦ୍ର ପଣ୍ଡା, ଶିବlନନ୍ଦ ବାରିକ ପ୍ରଭୃତି ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.