ସିନା ବୋରା ହତ୍ୟାକାଣ୍ଡ : ୬ ବର୍ଷ ପରେ ଜାମିନରେ ମୁକୁଳିଲେ ମା’ ଇନ୍ଦ୍ରାଣୀ ମୁଖାର୍ଜୀ

ମୁମ୍ବାଇ: ବହୁଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମା’ ଇନ୍ଦ୍ରାଣୀ ମୁଖାର୍ଜୀଆ ଆଜି ଜେଲରୁ ଜାମିନରେ ମୁକୁଳିଛନ୍ତି। ମୁମ୍ବାଇର ବାଇକୁଲା ଜେଲରୁ ୬ ବର୍ଷ ପରେ ଇନ୍ଦ୍ରାଣୀ ମୁଖାର୍ଜୀଆ ମୁକ୍ତ ହୋଇଛନ୍ତି। ବୁଧବାର ଇନ୍ଦ୍ରାଣୀଙ୍କ ଜାମିନ ମଞ୍ଜୁର କରିଥିଲେ ସୁପ୍ରିମକୋର୍ଟ। ଜେଲରୁ ମୁକୁଳିବା ବେଳେ ଇନ୍ଦ୍ରାଣୀ ଏକ ଧଳା ଚୁଡ଼ିଦାର ପିନ୍ଧିଥିବା ନଜରକୁ ଆସିଛନ୍ତି। ଜେଲରୁ ବାହାରିବା ପରେ ଇନ୍ଦ୍ରାଣି କହିଛନ୍ତି ଯେ, ସେ ନିଜ ଭିତରେ ଅଶ୍ୱସ୍ତି ଅନୁଭବ କରୁଛନ୍ତି। ଭବିଷ୍ୟତ ଯୋଜନା ସମ୍ପର୍କରେ କିଛି ଚିନ୍ତା କରି ନଥିବା ସେ କହିଛନ୍ତି। ବହୁ ଦିନ ପରେ ମୁଁ ଖୋଲା ଆକାଶ ଦେଖିଲି, ସେଥି ପାଇଁ ମୁଁ ବହୁତ ଖୁସି ବୋଲି ସେ କହିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସେ ଏହା କହିଛନ୍ତି। ମୁଁ ଜେଲରେ ଥିବା ବେଳେ ଅନେକ କିଛି ଶିଖିଛି। ସେ ସବୁ ଅଭିଜ୍ଞତା ବିଷୟରେ ମୁଁ ପରବର୍ତ୍ତୀ ସାକ୍ଷାତକାରରେ କହିବି ବୋଲି ଇନ୍ଦ୍ରାଣୀ କହିଛନ୍ତି। ୨ ଲକ୍ଷ ଟଙ୍କା ମୁଚାଲିକାରେ ବୁଧବାର ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜାମିନ ମଞ୍ଜୁର କରିଥିଲେ ସୁପ୍ରିମକୋର୍ଟ। ଆସନ୍ତା ୨ ସପ୍ତାହ ମଧ୍ୟରେ ଏହି ଅର୍ଥରାଶି ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ସାଢ଼େ ୬ ବର୍ଷ କାଳ ଜେଲ୍‌ରେ ରହିବା ପରେ ଜାମିନ ପାଇଛନ୍ତି ଇନ୍ଦ୍ରାଣୀ । ଝିଅ ସିନା ବୋରା ହତ୍ୟା ମାମଲାରେ ଇନ୍ଦ୍ରାଣୀ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ୨୦୧୨ରେ ଝିଅ ସିନା ବୋରାଙ୍କୁ ଇନ୍ଦ୍ରାଣୀ ହତ୍ୟା କରିଥିବା ଅଭିଯୋଗ ହୋଇ ଥିଲା। । ୨୦୧୫ ମସିହାରୁ ଇନ୍ଦ୍ରାଣୀ ମୁମ୍ବାଇର ବାଇକୁଲ୍ଲା ଜେଲରେ ଥିଲେ । ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଡ୍ରାଇଭର ଶ୍ୟାମବରର ରାୟଙ୍କୁ ବନ୍ଧୁକ ସହ ଗିରଫ କରିବା ପରେ ​ସିନା ବୋରା ହତ୍ୟାକାଣ୍ଡ ମାମଲା ସାମ୍ନାକୁ ଆସିଥିଲା । ଏହି ମାମଲାର ରାୟ ଶୁଣାଇ ସୁପ୍ରିମ୍‌ କ‌ୋର୍ଟ କହିଛନ୍ତି, ଆମେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ମଞ୍ଜୁର କରୁଛୁ। ଜେଲ୍‌ରେ ସେ ସାଢ଼େ ୬ ବର୍ଷ ବିତାଇଲେଣି, ଯାହା ଯଥେଷ୍ଟ ହେଲାଣି। ଦୀର୍ଘ ସମୟ ଜେଲ୍‌ରେ ଅତିବାହିତ କରିସାରିଥିବାରୁ ସେ ଜାମିନ ପାଇବାକୁ ହକ୍‌ଦାର୍‌। କିନ୍ତୁ, ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିବ। ବିଚାରକୁ ପ୍ରଭାବିତ କରିବାର ସମ୍ଭାବନା ଥିବାରୁ ଉକ୍ତ ମାମଲାର ଯଥାର୍ଥତା ଉପରେ ଆମେ କୌଣସି ମତବ୍ୟକ୍ତ କରୁନାହୁଁ। ଏହାପୂର୍ବରୁ ୨୦୨୦ରେ ଏହି ମାମଲାର ସହ ଅଭିଯୁକ୍ତ ଥିବା ପିଟର ମୁଖାର୍ଜୀ ଜାମିନ ପାଇ ଜେଲ୍‌ରୁ ମୁକ୍ତ ହୋଇସାରିଛନ୍ତି।

nis-ad
Leave A Reply

Your email address will not be published.