ଫୁଲବାଣୀ ଠାକୁରାଣୀ ଯାତ୍ରା : ସମ୍ବଲପୁରୀ ଗୀତରେ ଦୁଲକିଲା ମଣ୍ଡପ…

ଫୁଲବାଣୀ ଜିଲ୍ଲା ପ୍ରତିନିଧି / ନିସର୍ତ୍ତ


ଫୁଲବାଣୀ:-ଫୁଲବାଣୀର ପ୍ରସିଦ୍ଧ ନାରାୟଣୀ ଯାତ୍ରାର ଷୋଡ଼ଶ ଦିବସରେ ସନ୍ଧ୍ୟାରେ ବର୍ଷାସହ ବିଜୁଳି ମାରୁଥିବା ଦେଖିବାକୁ ମିଳିଥିଲା ହେଲେ ମଧ୍ୟ ଦର୍ଶକଙ୍କ ଭିଡ଼ କିଛି କମ ନଥିଲା।ବୁଧବାର ପଞ୍ଚଦେବୀଙ୍କ ସହ ମା କାଳୀ ନଗର ଭ୍ରମଣରେ ଗୋପାଳ ସାହି, ଅମଲା ପଡା, ଏସ୍ପିଙ୍କ ବାସଭବନ, ଉପଜିଲ୍ଲାପାଳଙ୍କ ବାସଭବନ ଠାରେ ଭୋଗ ଆଳତି ସାରି ଗମ୍ଭୀରାକୁ ଫେରିଥିଲେ।ନଗର ଭ୍ରମଣ ସମୟରେ ଯାତ୍ରା ପରିଚାଳନା କମିଟିର ସଭାପତି ସୁଧାଂଶୁ ସେନାପତି ଓ ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା। ଅନ୍ୟ ପଟରେ ମାଙ୍କ ଭ୍ରମଣ ଯିବାପରେ ଯାତ୍ରା ମଣ୍ଡପଠାରେ ଫୁଲଝରନ ପକ୍ଷରୁ ସମ୍ବଲପୁରୀ ମେଲୋଡ଼ି ଅନୁଷ୍ଠିତ ହୋଇଥିଲା। ବାଦ୍ୟର ତାଳେତଳେ ଅନେକ ଦର୍ଶକ ମଧ୍ୟ ଝୁମୁଥିଲେ। ଆଜି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତ ଯୋଗଦେଇ ସମସ୍ତ ଜନସାଧାରଣ ଶାନ୍ତି ଶୃଙ୍ଖଳାରେ ମାଆଙ୍କୁ ପ୍ରାର୍ଥନା କରିବା ସହିତ କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଡ଼ିସିବି ବ୍ୟାଙ୍କର ଶାଖା ପରିଚାଳକ ପ୍ରତେଜା ନାୟକ ଓ ଯାତ୍ରା ପରିଚାଳନା କମିଟିର ସଭାପତି ପି. ସୁଧାଂଶୁ ସେନାପତି, ଉପସଭାପତି ସୁଜିତ୍ ବେହେରା, ସାଂସ୍କୃତିକ ସଂପାଦକ ଲୋକନାଥ ରାଜୁ ଓ କାର୍ଯ୍ୟାଳୟ ସମ୍ପାଦକ ସୁବାଷ ବେହେରା , କାର୍ଯ୍ୟକାରୀ ସଦସ୍ୟ ଅସିତ୍ ମହାନ୍ତି ଓ ଅନ୍ୟମାନେ ଯୋଗ ଦେଇଥିଲେ। ଆଉ କିଛିଦିନ ନଗର ଭ୍ରମଣ ପରେ ପରେ ବିଭିନ୍ନ ବଜାର କମିଟି ପକ୍ଷରୁ ପଞ୍ଚଦେବୀଙ୍କ ଆବାହନ ଆରମ୍ଭ ହେବ। ଏଥିପାଇଁ ବିଭିନ୍ନ ବଜାର କମିଟି ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଥିବାର ଦେଖାଯାଇଛି । ଦିନକୁ ଦିନ ସହରରେ ବହୁ ଦର୍ଶକଙ୍କର ସମାଗମ ଆରମ୍ଭ ହୋଇଥିବା ବେଳେ ପୁଲିସ୍ ପ୍ରଶାସନ ଏବେଠାରୁ ସଜାଗ ହୋଇ ରହିବାକୁ ମଧ୍ୟ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। କାର୍ଯ୍ୟକ୍ରମ ପରିଚାଳନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦାୟିତ୍ବରେ ଥିବା ଜଗନ୍ନାଥ ରାଜୁ , ଆଲୋକ ସେନାପତି, ମିଟୁ ସାହୁ ଓ ବିନୋଦ ସାହୁ ଓ ସମସ୍ତ ସ୍ଵେଚ୍ଛାସେବୀ ଓ ପୁଲିସ୍ ପ୍ରଶାସନ ପରିଚାଳନାରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.