ପୋଖରୀରେ ବୁଡି ବୃଦ୍ଧ ମୃତ…


ହିଞ୍ଜିଳିକାଟୁ : ମଙ୍ଗଳବାର ଅପରାହ୍ନରେ ହିଞ୍ଜିଳି ଥାନା ବୁରୁପୋଡା ବେଲବନ୍ଧ ପାଣିରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ବୁରୁପୋଡା ପ୍ରଧାନ ସାହିର କାମ୍ପ ପ୍ରଧାନ (୬୫)। ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୧୩/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ପ୍ରକାଶଥାଉକି ବୃଦ୍ଧ ଜଣଙ୍କ ମଙ୍ଗଳବାର ଅପରାହ୍ନରେ ଗାଧୋଇବାପାଇଁ ନିଜ ଗ୍ରାମ ବେଲବନ୍ଧକୁ ଯାଇଥିବା ବେଳେ ପୋଖରୀ ଭିତରେ ଗୋଡ ଖସି ବୁଡି ଯାଇଥିଲେ । ଗ୍ରାମବାସୀ ଏ ନେଇ ହିଞ୍ଜିଳି ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ ।ଖବର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ ବାହିନୀ ବୃଦ୍ଧଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ ।

nis-ad
Leave A Reply

Your email address will not be published.