ସହିଦ ନଗର ଥାନା ଘେରିଲେ ସଫେଇ କର୍ମଚାରୀ, ମହିଳା ବାସିନ୍ଦା ମାଡ଼ ମାରିଥିବା ଅଭିଯୋଗ

ଭୁବନେଶ୍ୱର: ସହିଦ ନଗର ଥାନା ଘେରିଲେ ବିଏମ୍‌ସି ସଫେଇ କର୍ମଚାରୀ । ମହିଳା ସଫେଇ କର୍ମଚାରୀଙ୍କ ଜଣେ ବାସିନ୍ଦା ପିଟିଥିବା ଅଭିଯୋଗରେ ଥାନା ଘେରାଉ ହୋଇଛି ।

ଖବର ଅନୁଯାୟୀ, ସୋମବାର ସକାଳ ସମୟରେ ଜଣେ ମହିଳା ସଫେଇ କର୍ମଚାରୀ ୩୧ ନମ୍ବର ୱାର୍ଡରେ ନିଜର କାର୍ଯ୍ୟ କରୁଥିଲେ । ଠିକ୍‌ ଏହି ସମୟରେ ସେଠାକାର ଜଣେ ବାସିନ୍ଦା ମହିଳା କର୍ମଚାରୀଙ୍କ ଉପରକୁ ଅଳିଆ ପକାଇଥିଲେ ।

ମହିଳା ସଫେଇ କର୍ମଚାରୀ ଜଣଙ୍କ ଉପରୁ ମଇଳା ନଫୋଫାଡି ତଳେ ରଖିବାକୁ କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସେଠାକାର ମହିଳା ବାସିନ୍ଦା ଜଣଙ୍କ ମାଡ ମାରିଥିବା ଅଭିଯୋଗ ହେଇଛି । ଏହି ଘଟଣା ପରେ ସମସ୍ତ ସଫେଇ ମହିଳା କର୍ମଚାରୀ ସହଦିନଗର ଥାନା ଘେରାଉ କରିଛନ୍ତି ।

nis-ad
Leave A Reply

Your email address will not be published.