ଇନଟାକ୍ ୱାଲ୍ କାର୍ଯ୍ୟ ତଦାରଖ କଲେ ମୁଖ୍ୟ ଶାସନ ସଚିବ

ସମ୍ୱଲପୁର: L & T କମ୍ପାନୀକୁ ତାଗିଦ୍ କଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ସମ୍ବଲପୁର ସିକିର୍ଡିଠାରେ ନିର୍ମାଣ କରାଯାଉଥିବା ଇନଟାକ୍ ୱାଲ୍ କାର୍ଯ୍ୟ ବିଳମ୍ବ ହେବା ନେଇ L & T କମ୍ପାନୀ ଉପରେ ମୁଖ୍ୟ ଶାସନ ସଚିବ ଖପ୍ପା ହୋଇଛନ୍ତି। L & T ପ୍ରୋଗ୍ରେସ୍ ଭେରି ଭେରି ପୁଅର୍ ବୋଲି ସେ ସର୍ବ ସମ୍ମୁଖରେ କହିଛନ୍ତି।

ସୂଚନା ଅନୁଯାୟୀ, ସମ୍ବଲପୁର ସିକିର୍ଡିଠାରେ ନିର୍ମାଣ କରାଯାଉଥିବା ଇନଟାକ୍ ୱାଲ୍ କାର୍ଯ୍ୟ ୨ ବର୍ଷ ଭିତରେ ସାରିବାକୁ ଥିବାବେଳେ ଅତି ଧିମା ଗତିରେ କାମ ଚାଲୁଥିବାରୁ L & T କମ୍ପାନୀ ଅଧିକାରୀଙ୍କ ଉପରେ ମୁଖ୍ୟ ଶାସନ ସଚିବ ଖପ୍ପା ହୋଇଛନ୍ତି। ଏହା ଉପରେ ତର୍ଜମା କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଇନଟାକ୍ ୱାଲ୍ ପରିଦର୍ଶନ କରିବା ପରେ ମୁଖ୍ୟ ଶାସନ ସଚିବ ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିବେ। ମୋଟ ୨ ହଜାର ୩ ଶହ କୋଟି ଟଙ୍କା ବ୍ୟୟରେ ଗଙ୍ଗାଧର ମେହେର ଜଳସେଚନ ପ୍ରୋଜେକ୍ଟ କାର୍ଯ୍ୟ କରାଯିବ। ଏହାଦ୍ଵାରା ବିଜେପୁର, ସୋହେଲା, ବରପାଲି ଓ ସୋନପୁର ଜିଲ୍ଲା ଡୁଙ୍ଗରିପାଲିର ସମୁଦାୟ ୩୧ ହଜାର ୩୫୦ ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ। ଏହାପରେ ମୁଖ୍ୟ ଶାସନ ସଚିବ ବରଗଡ଼ ଅମ୍ବାଭୋନା ବ୍ଲକ କୁରୁମକେଲ ଗାଁ ଗସ୍ତ କରି ବିସ୍ଥାପିତ ଥଇଥାନ କଲୋନୀ ବୁଲିବେ।

nis-ad
Leave A Reply

Your email address will not be published.