ଜିଏସଟି ଚଢାଉ ଭୟରେ ପୋଡି ଦେଲେ ବିଡ଼ା ବିଡ଼ା ଟଙ୍କା

ଚଢଉ ଭୟରେ ପୋଡ଼ିଦେଲେ ଟଙ୍କା । ଦରପୋଡ଼ା ଟଙ୍କାର ଫଟୋ ସୋସିଆଲ ମିଡିଆରେ ଭାଇରାଲ। ଜିଏସଟି ଚଢାଉ ଭୟରେ ପୋଡି ଦେଲେ ବିଡ଼ା ବିଡ଼ା ଟଙ୍କା । ମୟୂରଭଞ୍ଜ କରଞ୍ଜିଆ ରରୁଆଁ ଅଞ୍ଚଳରୁ ଏପରି ଅଭିଯୋଗ ଆସିଛି ।

ଗୋଟିଏ ପରିବାରର ତିନି ଭାଇ ସୁନୀଲ, ପ୍ରଭାତ ଓ ସୌରଭ ସୁଲତାନିଆଙ୍କ ଗୋଦାମରେ ଚଢଉ କରିଥିଲା ସିଟି ଓ ଜିଏସଟି ବିଭାଗ ।

ତେବେ ଚଢଉ ପରେ କରଞ୍ଜିଆ ଏନଏସି କରଡିଆ ଅଞ୍ଚଳରେ ବ୍ୟାପକ ପରିମାଣର ଚିରାଫଟା ନୋଟ୍‌ ପଡିଥିବା ଦେଖିବାକୁ ମିଳିଥିଲା । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚଢାଉ ଭୟରେ କେହି ଟଙ୍କା ପୋଡି ଦେଇଥିବା ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.