ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପକୁ ଅନୁଧ୍ୟାନ କରିବା ପାଇଁ ପୁରୀରେ ASI ର ୪ ଜଣିଆ ଟିମ୍‌

ପୁରୀ: ଶ୍ରୀମନ୍ଦିରରେ ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଓ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ । ଏଏସଆଇର ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ସ୍ଥିତି ଯାଞ୍ଚ କରିବାକୁ ଏଏସଆଇ ସୁପରିଟେଣ୍ଡେଣ୍ଟ ପ୍ରକଳ୍ପ ସ୍ଥଳରେ ବୁଲିଛନ୍ତି । ପ୍ରକଳ୍ପ ସ୍ଥଳ ବୁଲିଦେଖିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଓ ଏଏସଆଇ ଆଞ୍ଚଳିକ ମୁଖ୍ୟ ବୈଠକରେ ଯୋଗଦେଇଛନ୍ତି । ପରିକ୍ରମା ମାର୍ଗ କାର୍ଯ୍ୟ ଅନୁଧ୍ୟାନ କରିବା ନେଇ ସମ୍ଭାବନା ରହିଛି ।

ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ଏଏସଆଇ ଅଧିକାରୀ ଆଜି ପୁରୀ ଗସ୍ତ କରିଛନ୍ତି । ଶ୍ରୀମନ୍ଦିର ଐତିହ୍ୟ କରିଡରର ଅଭ୍ୟର୍ଥନା ସେଣ୍ଟର ନିର୍ମାଣ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ସହ ସେ ଆଲୋଚନା କରିଥିବା ଅନୁମାନ କରାଯାଉଛି । ଏହାସହ ଐତିହ୍ୟ କରିଡର ନିର୍ମାଣ ସମ୍ପର୍କରେ ଗୁରୁତ୍ୱପୂର୍ଣ ଆଲୋଚନା କରିଥିବା ଅନୁମାନ କରାଯାଉଛି ।

ଗଜପତି ମହାରାଜାଙ୍କ ଅଧକ୍ଷତାରେ CAC ବୈଠକରେ ନିଷ୍ପତି ଅନୁଯାୟୀ ଅଭ୍ୟର୍ଥନା ଗୃହ ଶହେ ମିଟର ବାହାରେ କରାଯିବାପାଇଁ ନିଷ୍ପତି ନିଆଯାଇଥିବା ବେଳେ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଜି ଆଲୋଚନା କରାଯାଇଥାଏ ପାରେ ବୋଲି ଅନୁମାନ କରାଯାଉଛି | ଉଭୟ ରାଜ୍ୟ ସରକାର ଓ asi ନିର୍ମାଣ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ କରାଇବା ନେଇ ହାଇକୋର୍ଟରେ ନିବେଦନ କରିଥିବା ବେଳେ କରିଡର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କିଭଳି ଶୃଙ୍ଖଳିତ ଭାବେ ଶେଷ ହେବ ସେନେଇ ପ୍ରଚେଷ୍ଟା ଆରମ୍ଭ କରାଯାଉଥିବା ଅନୁମାନ କରାଯାଉଛି |

ASI ସୁପରିଟେଣ୍ଡେଣ୍ଟଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ରାଜ୍ୟ ପୂର୍ତ୍ତ ସଚିବ ବିର ବିକ୍ରମ ଯାଦବଙ୍କ ପୁରୀରେ ଉପସ୍ଥିତି କରିଡର ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ଉଦ୍ୟେଶ୍ୟ ବୋଲି ଜଣାପଡିଛି | ସାମୁହିକ ଉଦ୍ୟେଶ୍ୟ ରଖି ପ୍ରକଳ୍ପ ନିର୍ମାଣ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବାରୁ ଏହାକୁ ନିୟମ ଓ ସୁରକ୍ଷିତ ଭାବେ ଶେଷ କରିବା ଲକ୍ଷରେ asi ଓ ସରକାରଙ୍କ ପକ୍ଷରୁ ଆଜି ଆଲୋଚନା କରାଯାଇଥିବା ଜଣା ପଡିଛି | ଏପରିକି ଏକ ବିଶ୍ଵସ୍ଥ ସୂତ୍ରରୁ ଅଭ୍ୟର୍ଥନା କକ୍ଷ ନିର୍ମାଣ ସଂକ୍ରାନ୍ତରେ ନୂତନ ଡିପିଆର ପ୍ରସ୍ତୁତ କରାଯିବା ନେଇ ଭରଚୁଆଲ ମାଧ୍ୟମରେ ଗୁରୁତ୍ୱପୂର୍ଣ ବୈଠକ କରାଯାଇଥିବା ଖବର ମିଳିଛି |

nis-ad
Leave A Reply

Your email address will not be published.