ସମୁଦ୍ର ଓ ନଦୀ ଜଳରେ ଭାସିଗଲା ଅଲିଭ୍ ରିଡଲେ କଇଁଛଙ୍କ ଲକ୍ଷ ଲକ୍ଷ ଅଣ୍ଡା

ବ୍ରହ୍ମପୁର: ବାତ୍ୟା ଅସାନି ପାଇଁ ଉଜୁଡ଼ିଗଲା କଇଁଛଙ୍କ ସଂସାର । ଭାସିଗଲା ଅଲିଭ୍ ରିଡଲେ କଇଁଛଙ୍କ ଲକ୍ଷ ଲକ୍ଷ ଅଣ୍ଡା । ଗଞ୍ଜମ ଜିଲା ଋଷିକୁଲ୍ୟା ମୁହାଁଣରେ ଛୁଆ ଫୁଟିବାକୁ ଥିବା ଅଣ୍ଡା ଗୁଡ଼ିକ ସମୁଦ୍ର ଓ ନଦୀ ଜଳରେ ଭାସି ଯାଇଥିବା ଦେଖିବାକୁ ମିଳିଛି । କିଛି ସ୍ଥାନରେ ବେଳାଭୂମି ଉପରେ ପଡ଼ି ରହିଥିବା ଅଣ୍ଡାଗୁଡିକୁ କାଉ ଖାଉଥିବା ଦେଖାଯାଇଛି ।

ବିଗତ ବର୍ଷ ଗୁଡ଼ିକର ରେକର୍ଡ ଭାଙ୍ଗି ଚଳିତଥର ଅଧିକ କଇଁଛ ଶ୍ରୀଲଙ୍କା ଉପକୂଳରୁ ଋଷିକୂଲ୍ୟା ମୁହାଁଣକୁ ଆସି ଅଣ୍ଡା ଦେଇଥିଲେ । ହେଲେ ବାତ୍ୟା ପାଇଁ ସମୁଦ୍ରରେ ଉଚ୍ଚ ଜୁଆର ଫଳରେ ଏଭଳି ହୋଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ବଳକା ଅଣ୍ଡାଗୁଡ଼ିକୁ ଉଦ୍ଧାର କରିଛି ।

nis-ad
Leave A Reply

Your email address will not be published.