ଶ୍ରୀଲଙ୍କାର ଗଣତନ୍ତ୍ରକୁ ପୂର୍ଣ୍ଣ ସମର୍ଥନ କରେ ଭାରତ; ସୈନ୍ୟ ପଠାଇବ ନାହିଁ

ନୂଆଦିଲ୍ଲୀ: ନୂଆଦିଲ୍ଲୀ କଲୋମ୍ବୋକୁ ସୈନ୍ୟ ପଠାଉଛି ବୋଲି କଳ୍ପନାପ୍ରସୂତ ଗଣମାଧ୍ୟମ ରିପୋର୍ଟକୁ ଅଗ୍ରାହ୍ୟ କରି ଭାରତୀୟ ହାଇକମିସନ୍‌ ଆଜି କହିଛନ୍ତି ଯେ, ଭାରତ ଶ୍ରୀଲଙ୍କାର ଗଣତନ୍ତ୍ର, ସ୍ଥିରତା ଏବଂ ଆର୍ଥିକ ଅବସ୍ଥା ସୁଧାରକୁ ପୂର୍ଣ୍ଣମାତ୍ରାରେ ସମର୍ଥନ କରୁଛି।
ଟୁଇଟ୍‌ କରି ଇଣ୍ଡିଆନ୍‌ ମିସନ୍‌ କହିଛି, ଭାରତ ଶ୍ରୀଲଙ୍କାକୁ ସୈନ୍ୟ ପଠାଉଛି ବୋଲି କେତେକ ବର୍ଗର ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ହାଇକମିସନ୍‌ ସ୍ପଷ୍ଟରୂପେ ଅଗ୍ରାହ୍ୟ କରୁଛି। ଏସବୁ ସମ୍ବାଦ ଏବଂ ଏ ପ୍ରକାର ମତାମତ ଭାରତ ସରକାରଙ୍କ ମତପୋଷଣ କରୁନାହିଁ।
ଅନ୍ୟ ଏକ ଟୁଇଟ୍‌ରେ ଗତକାଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ସ୍ପଷ୍ଟଭାବେ କହିଛନ୍ତି, ଭାରତ ଶ୍ରୀଲଙ୍କାର ଗଣତନ୍ତ୍ର, ସ୍ଥିରତା ଏବଂ ଆର୍ଥିକ ଅବସ୍ଥା ସୁଧାରକୁ ପୂର୍ଣ୍ଣମାତ୍ରାରେ ସମର୍ଥନ କରୁଛି।
ସେହିପରି, ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାର ଦିନକ ପରେ ଖବର ପ୍ରସାରିତ ହେଲା କି, ୭୬ ବର୍ଷିୟ ରାଜ‌ପକ୍ଷେ ଏବଂ ତାଙ୍କ ପରିବାର ଭାରତକୁ ଚାଲି ଆସିଛନ୍ତି। କିନ୍ତୁ, ଗତରାତିରେ ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଭାରତୀୟ ହାଇକମିସନ୍‌ କହିଛି, ଜଣେ ରାଜନୈତିକ ବ୍ୟକ୍ତିତ୍ବ ଏବଂ ତାଙ୍କ ପରିବାର ଭାରତ ପଳାୟନ କରିଛନ୍ତି ବୋଲି କେତେକ ଶ୍ରେଣୀର ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରସାରଣ ହେଉଥିବା ହାଇକମିସନ୍‌ ଦୃଷ୍ଟିକୁ ଆସିଛି। ସ‌େ ସବୁ ଖବର ଅବାସ୍ତବ ଏବଂ ଡାହା ମିଛ। ଏଥିରେ କୌଣସି ସତ୍ୟତା କିଂବା ଭିତ୍ତି ନାହିଁ। ହାଇକମିସନ୍‌ ଦୃଢତାର ସହ ଏ ଖବରକୁ ଅସ୍ବୀକାର କରୁଛି।
ତେଣେ, ମହିନ୍ଦା ରାଜ‌ପକ୍ଷେଙ୍କ ଗିରଫଦାରି ଦାବି କରି ଜନସାଧାରଣ ପ୍ରବଳ ପ୍ରତିବାଦ ପ୍ରଦର୍ଶନ କରିବା ସହ ଶାସକ ଦଳର ରାଜନେତାମାଙ୍କ ଘରବାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ପ୍ରତିବାଦ ବେଳେ ଘଟିଥିବା ସଂର୍ଘଷରେ ଅନ୍ୟୂନ ୮ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୨୫୦ରୁ ଅଧିକ ପ୍ରତିବାଦକାରୀ ଆହତ ହୋଇଛନ୍ତି।
ଦେଶର ରାଜନୈତିକ ଓ ଆର୍ଥିକ ପରିସ୍ଥିତି ସୁଧାରିବେ ବୋଲି ପ୍ରତିଶ୍ରୁତି ଦେଇ ରାଷ୍ଟ୍ରପତ ଗୋତବୟା ପରସ୍ପର ମଧ୍ୟରେ ହିଂସା ଓ ପ୍ରତିହିଂସା ବନ୍ଦ କରିବା ଲାଗି

nis-ad
Leave A Reply

Your email address will not be published.