୯ ଘଣ୍ଟା ଧରି ପଚରାଉଚରା ପରେ ପୂଜାଙ୍କୁ ରାଞ୍ଚି ନଛାଡିବାକୁ ନିର୍ଦ୍ଦେଶ ଦେଲା ଇଡି, ହୋଇପାରନ୍ତି ଗିରଫ

ରାଞ୍ଚି: ମନରେଗା ଘୋଟାଲା, ନିଜ ଆୟରୁ ଅଧିକ ସମ୍ପତ୍ତି ଏବଂ ଦୁର୍ନୀତିର ଗୁରୁତର ଅଭିଯୋଗରେ ଘେରି ରହିଥିବା ଝାଡଖଣ୍ଡର ଖଣି ଏବଂ ଶିଳ୍ପ ସଚିବ ପୂଜା ସିଙ୍ଗଲଙ୍କୁ ରାଞ୍ଚି ନଛାଡ଼ିବାକୁ ନିର୍ଦ୍ଦେଶ। କୌଣସି ପରିସ୍ଥିତିରେ ରାଞ୍ଚି ନଛାଡିବାକୁ ନିର୍ଦ୍ଦେଶ ଦେଲା ଇଡି । ୯ ଘଣ୍ଟା ଧରି ପଚରାଉଚରା କରାଯିବା ପରେ ଇଡି ମଙ୍ଗଳବାର ରାତି ପ୍ରାୟ ୮ ଟାରେ ପୂଜା ସିଙ୍ଗଲଙ୍କୁ ମୁକ୍ତ କରିଥିଲା। ଏହା ସହିତ ଇଡି ଅଧିକାରୀମାନେ ତାଙ୍କୁ ରାଞ୍ଚି ନଛାଡିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ଇଡି ପକ୍ଷରୁ ପୁଜା ସିଙ୍ଗଲ ଏବଂ ତାଙ୍କ ସ୍ୱାମୀ ଅଭିଷେକ ଝାଙ୍କୁ ଆଜି ମଧ୍ୟ ପଚରାଉଚରା ପାଇଁ ରାଞ୍ଚିରେ ଥିବା ଇଡି କାର୍ଯ୍ୟାଳୟକୁ ଡକାଯାଇଛି। ଏହା ସହ କୁହାଯାଇଛି ଯେ, ପୂଜା ସିଙ୍ଘଲ ଓ ତାଙ୍କ ସ୍ୱାମୀ ଅଭିଷେକ ଝା ଇଡି କାର୍ଯ୍ୟାଳୟ ଛାଡି କୁଆଡ଼େ ବି ଯାଇପାରିବେ ନାହିଁ । ଅନ୍ୟପଟେ ଝାଡଖଣ୍ଡ ସରକାର ଏବେ ପୂଜା ସିଙ୍ଘଲଙ୍କୁ ଚାକିରିରୁ ହଟାଇ ଦେଇଛନ୍ତି । ତାଙ୍କ ଜାଗାରେ ଅନ୍ୟ ଜଣେ ଅଫିସରଙ୍କୁ ଏହି ବିଭାଗର ଦାୟିତ୍ୱ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ଝାଡଖଣ୍ଡ ସରକାରଙ୍କ ଖଣି ବିଭାଗର ସଚିବ ଥିବା ପୂଜା ସିଙ୍ଘଲ ରହୁଥିବା ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା. ଯାହାକୁ ଗଣିବାକୁ ଇଡିକୁ ଟଙ୍କା ମେସିନ୍ ଆଣିବାକୁ ପଡିଥିଲା । ଏହାପରେ ମଙ୍ଗଳବାର ତାଙ୍କୁ ଇଡି ଅଧିକାରୀମାନେ ପାଖାପାଖି ୯ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚୁରା କରିବା ପରେ ଛାଡି ଦେଇଥିଲେ । ପଚରାଉଚରା ବେଳେ ଇଡିର ପ୍ରତିଟି ଅଭିଯୋଗକୁ ପୂଜା ଗ୍ରହଣ କରିନଥିବା ସହ ନିଜକୁ ନିର୍ଦ୍ଦୋଷ ବୋଲି କହିଚାଲିଥିବା ଜଣାପଡ଼ିଛି।

nis-ad
Leave A Reply

Your email address will not be published.