ଏସସିବିରେ ଆରମ୍ଭ ହେଲା ଓପିଡି ଅନଲାଇନ୍ ସ୍ଲଟ ବୁକିଂ ବ୍ୟବସ୍ଥା

ଭୁବନେଶ୍ବର: ଏସସିବି ମେଡ଼ିକାଲରେ ଏଣିକି ଆଉ ଘଣ୍ଟା ଘଣ୍ଟା ଧରି ଆଉଟ୍‌ଡୋର ଟିକେଟ ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ । ଏହି ବ୍ଯବସ୍ଥାକୁ ସୁଚାରୁ କରିବା ପାଇଁ ଏସିବି ବର୍ହିବିଭାଗ ଅନଲାଇନ ସ୍ଲଟ୍‌ ବୁକିଂ ବ୍ୟବସ୍ଥା ହୋଇଛି । ରୋଗୀ ଘରେ ବସି ଯେ କୌଣସି ବିଭାଗର ଡାକ୍ତରଙ୍କୁ ଦେଖାଇବା ପାଇଁ ପଞ୍ଜୀକରଣ କରିପାରିବ ।

ରୋଗୀମାନେ www.eswasthya.odisha.gov.in ଲିଙ୍କ୍‌ ମାଧ୍ୟମରେ ପଞ୍ଜୀକରଣ କରି ସିଧାସଳଖ ଆଉଟ ଡୋର ଟିକେଟର ପ୍ରିଣ୍ଟ ବାହାରକରି ପାରିବେ । ଆଉ ସେହି ପ୍ରିଣ୍ଟକୁ ଧରି ମେଡିକାଲରେ ଡାକ୍ତରଙ୍କୁ ଦେଖାଇ ପାରିବେ ।
ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ଯେ ଏସସିବି ମେଡିକାଲର ଆଉଟଡୋର ଟିକେଟ କାଉଣ୍ଟରରେ ଲୋକମାନଙ୍କୁ ସୁବିଧା ପ୍ରଦାନ କରିବା ସହ ଭିଡ କମ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି । ଅନ୍ୟପଟେ ଅନଲାଇନ ସହିତ ଅଫଲାଇନ ଟିକେଟ କେନ୍ଦ୍ର ମଧ୍ୟ ଚାଲୁରହିବ । 7 ଦିନ ପରେ ରୋଗୀଙ୍କ ଫିଟବ୍ଯାକ୍ ନେଇ ସଫଟଓ୍ବେରରେ ଆବଶ୍ୟକ ମୁତାବକ ପରିବର୍ତ୍ତନ ମଧ୍ୟ କରାଯିବ । ଯେଉଁମାନେ ମୋବାଇଲ ବୁକିଂ କରିଥିବେ ସେମାନଙ୍କୁ ନିଶୁଳ୍କରେ ପ୍ରିଣ୍ଟ ଯୋଗାଇଦେବାକୁ ମଧ୍ୟ ଏକ ସ୍ୱତନ୍ତ୍ର କାଉଣ୍ଟରର ବ୍ୟବସ୍ଥା କରାଯାଇଛି ବୋଲି ଏସସିବି ରେଜିଷ୍ଟାର କହିଛନ୍ତି ।

nis-ad
Leave A Reply

Your email address will not be published.