କାର ଉପରକୁ ୧୦ ରାଉଣ୍ଡ ଗୁଳି ଚଳାଇଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସକୁ ଦୁର୍ବୃତ୍ତଙ୍କ ଖୋଲା ଚ୍ୟାଲେଞ୍ଜ । ଜନଗହଳିପୂର୍ଣ୍ଣ ରାସ୍ତାରେ ଏକ କାର୍ ଉପରକୁ ୧୦ ରାଉଣ୍ଡ ଗୁଳି ଚଳାଇଲେ ୩ ଦୁର୍ବୃତ୍ତ । ଦିଲ୍ଲୀ ସୁଭାଷନଗର ଅଂଚଳରେ ଗତକାଲି ଦେଖିବାକୁ ମିଳିଛି ଏହି ଘଟଣା। ଯାହାର ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ସୂଚନା ମୁତାବକ, ଆକ୍ରମଣ କରାଯାଇଥିବା କାର୍ ରେ କେଶିପୁର ମଣ୍ଡିର ପୂର୍ବତନ ଅଧ୍ୟକ୍ଷ ଅଜୟ ଚୌଧୁରୀ ଏବଂ ତାଙ୍କ ଭାଇ ଆସୁଥିଲେ । ସେହି ସମୟରେ ଟ୍ରାଫିକ୍ ପୋଷ୍ଟ ନିକଟରେ ସେମାନଙ୍କ ଗାଡି ନିକଟକୁ ଚାଲି ଚାଲି ଆସି ୩ ଜଣ ଆତତାୟୀ ୧୦ ରାଉଣ୍ଡ ଗୁଳି ଚଳାଇଥିଲେ।
ତେବେ କିଛି ସମୟ ପରେ ଜୀବନ ବଂଚାଇବାକୁ ଗାଡି ଡ୍ରାଇଭର ଗାଡିଟିକୁ ଚଲେଇବା ଆରମ୍ଭ କରିବା ଭିତରେ ଗାଡିକୁ ପଛପଟୁ ଲଗାତାର ଗୁଳି ଚଳାଇ ଚାଲିଥିଲେ ଦୁର୍ବୃତ୍ତ । ଯାହାର ପୂରା ଦୃଶ୍ୟ ସିସିଟିଭିରେ ଦେଖିବାକୁ ମିଳିଛି ।
ଏହି ଘଟଣାରେ ଅଜୟ ଏବଂ ତାଙ୍କ ଭାଇ ଗୁରୁତର ଆହତ ହୋଇ ବର୍ତ୍ତମାନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଅନ୍ୟପଟେ ପୂରା ଘଟଣାର ତଦନ୍ତ ପୋଲିସ କରୁଛି । ଉକ୍ତ ଅଂଚଳରେ ଲାଗିଥିବା ବିଭିନ୍ନ ସିସିଟିଭି ଫୁଟେଜରୁ ପୋଲିସ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ପାଇଁ ଚେଷ୍ଟା କରୁଛି ।

nis-ad
Leave A Reply

Your email address will not be published.