୨ ବର୍ଷ ପରେ ଭକ୍ତଙ୍କ ଲାଗି ଖୋଲିଲା ବଦ୍ରିନାଥ ମନ୍ଦିର

ବଦ୍ରିନାଥ: ବଦ୍ରିନାଥ ଦର୍ଶନ ଲାଗି ଖୋଲିଲା ମନ୍ଦିରର ଦ୍ୱାର। ୨ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ବଦ୍ରିନାଥରେ ପ୍ରଭୁଙ୍କୁ ଦର୍ଶନ ଲାଗି ଭକ୍ତଙ୍କ ପାଇଁ ମନ୍ଦିରର ଦ୍ୱାର ଖୋଲାଯାଇଛି । ଆଜି ଗଙ୍ଗା ସପ୍ତମୀ ଅବସରରରେ ସକାଳ ୬ଟା ୧୫ମିନିଟ୍ ରେ ପୂଜାର୍ଚ୍ଚନା ଓ ମନ୍ତ୍ରପାଠ ସହ ମନ୍ଦିରର ଦ୍ୱାର ଖୋଲାଯାଇଛି । ଏହି ଅବସରରେ ସଂପୂର୍ଣ୍ଣ ମନ୍ଦିରକୁ ଫୁଲରେ ସଜ୍ଜିତ କରାଯାଇଥିଲା। ଚଳିତ ବର୍ଷ ଦର୍ଶନ ପାଇଁ ଅନୁମତି ମିଳିଥିବାରୁ ଭକ୍ତଙ୍କ ମନରେ ବେଶ୍ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଥିଲା। ଭକ୍ତମାନେ ମନ୍ଦିର ଖୋଲିବା ନେଇ ବେଶ୍ ଖୁସିର ସହ ମନ୍ଦିର ସମ୍ମୁଖରେ ନାଚଗୀତ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଆଗାମୀ ୬ ମାସ ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହିବ ମନ୍ଦିର । ପୌରାଣିକ ପରମ୍ପରା ଏବଂ ରୀତିନୀତି ଅନୁଯାୟୀ ହଜାର ହଜାର ଭକ୍ତଙ୍କ ଖୁସି ମଧ୍ୟରେ ଆଜି ସକାଳେ ବଦ୍ରିନାଥ ଧାମର ଦ୍ୱାର ଖୋଲା ଯାଇଛି। ଅଳକା ନଦୀ କୂଳରେ ଥିବା ଚାମୋଲି ଜିଲ୍ଲାର ଗରୱାଲ ପାହାଡ ଟ୍ରାକରେ ଅବସ୍ଥିତ ବଦ୍ରିନାଥ ମନ୍ଦିର ଭଗବାନ ବିଷ୍ଣୁଙ୍କୁ ଉତ୍ସର୍ଗ କରାଯାଇଛି। ରବିବାର ସକାଳୁ ବଦ୍ରିନାଥ ଧାମରେ ବହୁ ଭକ୍ତ ଉପସ୍ଥିତ ଥିଲେ ।
ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ସମୟରେ ଚଳିତ ବର୍ଷ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କର ସଂଖ୍ୟା ନିର୍ଦ୍ଧାରଣ କରାଯାଇଛି । ବଦ୍ରିନାଥ ଧାମରେ ଦୈନିକ ୧୫ ହଜାର, କେଦାରନାଥରେ ୧୨ ହଜାର, ଗଂଗୋତ୍ରୀରେ ୭ ହଜାର ଓ ଯମୁନୋତ୍ରୀରେ ୪ ହଜାର ଶ୍ରଦ୍ଧାଳୁ ଦର୍ଶନ କରିବେ । ଏହି ମନ୍ଦିରଟି ଚାରୋଟି ପ୍ରାଚୀନ ତୀର୍ଥସ୍ଥାନ ମଧ୍ୟରୁ ‘ଚାର ଧାମ’ ମଧ୍ୟରୁ ଅନ୍ୟତମ। ଯେଉଁଥିରେ ଯମୁନୋତ୍ରୀ, ଗାଙ୍ଗୋତ୍ରୀ ଏବଂ କେଦାରନାଥ ମଧ୍ୟ ଅନ୍ତର୍ଭୁକ୍ତ।
ଏହା ଉତ୍ତରାଖଣ୍ଡର ବଦ୍ରିନାଥ ସହରରେ ଅବସ୍ଥିତ। ଏହି ଧାମ ପ୍ରତିବର୍ଷ ଛଅ ମାସ ପାଇଁ ଖୋଲା ରହେ। ଅକ୍ଷୟ ତୃତୀୟାର ଶୁଭ ଅବସରରେ ଉତ୍ତର ପ୍ରଦେଶ ଜିଲ୍ଲାର ଗାଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ମନ୍ଦିରର ଦ୍ୱାର ଖୋଲିବା ସହିତ ଚାରିଧାମ ଯାତ୍ରା ଆରମ୍ଭ ହୋଇଥିଲା। ଯାତ୍ରୀମାନଙ୍କ ସୁବିଧାକୁ ଧ୍ୟାନରେ ରଖି ଉତ୍ତରାଖଣ୍ଡ ସରକାର ଯାତ୍ରୀମାନଙ୍କ ରହିବା, ଖାଦ୍ୟ ଏବଂ ପାର୍କିଂ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଛନ୍ତି। ଭକ୍ତମାନଙ୍କୁ ଆସିବା ପୂର୍ବରୁ ରାଜ୍ୟ ପୋର୍ଟାଲରେ ପଞ୍ଜିକରଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

nis-ad
Leave A Reply

Your email address will not be published.