ଜିଲ୍ଲା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ଅଧିକାରୀଙ୍କ ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ

ଚିତ୍ରକୋଣ୍ଡା (୦୭/୦୫) : ଦୀର୍ଘ ଦିନ ହେଲା ମାଲକାନଗିରି ଜିଲ୍ଲା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ପଦବୀ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ବେଳେ ଗଲା ତା ୦୪/୦୫/୨୦୨୨ ରିଖ ବୁଧବାର ଶ୍ରୀ ତ୍ରିନାଥ ମାଝୀ,ମାଲକାନଗିରି ଜିଲ୍ଲା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ପଦବୀ ଗ୍ରହଣ କରିଛନ୍ତି । ତେବେ ଦାୟିତ୍ବ ଗ୍ରହଣ ପରେ ପ୍ରଥମେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଗ୍ରସ୍ତ କରି ସ୍ୱାଭିମାନ ଅଞ୍ଚଳରେ ବଡ଼ପଡ଼ା, ପାପରମେଟେଲା, ଯନ୍ତାପାଇ, ଗୋରାସେତୁ, ଯୋଡ଼ାମ୍ବ ପରିଦର୍ଶନ କରି ଉକ୍ତ ବିଭାଗ ଦ୍ଵାରା ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ କରିବା ସହିତ ତଦାରଖ କରିଥିଲେ l ଏଥି ସହିତ ସ୍ୱାଭିମାନ ଅଞ୍ଚଳର ବଡ଼ପଡ଼ା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ପିଲାଏ ପାଠ ପଢ଼ା ସମ୍ପର୍କରେ ଆଲୋଚନା କରିବା ସହିତ ବିଦ୍ୟାଳୟ ପରିଦର୍ଶନ କରି ପିଲାଙ୍କୁ ପାଠ ପଚାରିଥିଲେ ଏବଂ ବିଦ୍ୟାଳୟ ର ସ୍ଥିତି ସମ୍ପର୍କରେ ଶିକ୍ଷକଙ୍କ ସହିତ ଆଲୋଚନl କରିଥିଲେ l ଉକ୍ତ ବିଦ୍ୟାଳୟଟି ଆବାସିକ ବିଦ୍ୟାଳୟ ହୋଇଥିବାରୁ ପିଲା ମାନଙ୍କ ରହିବା ଓ ଖାଇବା ଉପରେ ତଦାରଖ କରିଥିଲେ l ସ୍ୱାଭିମାନ ଅଞ୍ଚଳରେ ଶିକ୍ଷା ବିକାଶରେ ସୁଧାର ନିମନ୍ତେ ବିଭିନ୍ନ ପଦକ୍ଷେପ ପାଇଁ ପ୍ରସ୍ତାବ ରଖି ବିଭିନ୍ନ ପରାମର୍ଶ ଦେଇଥିଲେ ଏଥି ସହିତ ପଣଷପୁଟ ଏବଂ ଅନ୍ୟ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ସ୍ୱାଭିମାନ ଅଞ୍ଚଳରେ ଚାଲୁଥିବା ବିଭିନ୍ନ ଆଦିବାସୀ ଉନ୍ନୟନ ପ୍ରକଳ୍ପ ଗୁଡ଼ିକୁ ପରିଦର୍ଶନ କରିବା ସହ ତଦାରଖ କରିଥିଲେ l

nis-ad
Leave A Reply

Your email address will not be published.