ଗରମ ଡାଲି ପଡି ବୋଝିଆ ଆହତ

ପୁରୀ: ଶ୍ରୀମନ୍ଦିରରେ ପୁଣି ଅଘଟଣ । ଗରମ ଡାଲି ପଡ଼ି ବୋଝିଆ ଆହତ । ଆହତ ବୋଝିଆଙ୍କ ଘର ପୁରୀ ମିଶ୍ର ସାହିର ହୋଇଥିବା ବେଳେ ତାଙ୍କ ନାଁ ବିଶ୍ଵନାଥ ବେହେରା ।

ସୂଚନା ଅନୁସାରେ, ଭୋଗମଣ୍ଡପ ଦ୍ଵାର ମୁହଁରେ ମହାପ୍ରସାଦ ନେବା ବେଳେ ଗରମ ଡାଲି ଶରୀରରେ ପଡି ଯିବାରୁ ସେ ଆହତ ହୋଇଛନ୍ତି । ତେବେ ତାଙ୍କ ଆହତ ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.