ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ସାମାନ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ଗତ ୨ ଦିନ ହେଲା ଦୈନିକ କରୋନା ସଂକ୍ରମିତ ସଂଖ୍ୟା ରାଜ୍ୟରେ ୧୧ ରହୁଥିବା ବେଳେ ଆଜିର ରିପୋର୍ଟରେ ସାରା ରାଜ୍ୟରୁ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୭ ସଂକ୍ରମିତ ୪ ଜିଲ୍ଲାରୁ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ସେଥିମଧ୍ୟରୁ ସଙ୍ଗରୋଧରୁ ୪ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ୩ଜଣ ରହିଛନ୍ତି । ଚିହ୍ନଟ ହୋଇଥିବା ୭ ଆକ୍ରାନ୍ତଙ୍କ ଭିତରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ଜଣେ ସଂକ୍ରମିତ ରହିଥିବା ସୂଚନା ଦିଆଯାଇଛି । ରାଜ୍ୟର ୨୬ ଜିଲ୍ଳା କରୋନା ମୁକ୍ତ ରହିଛି । ଖୋର୍ଦ୍ଧାରୁ ୩ ଓ ସମ୍ବଲପୁରରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାୟଗଡ଼ା ଓ ଷ୍ଟେଟ୍‌ପୁଲରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୪ଜଣ ଆକ୍ରାନ୍ତ । ରାଜ୍ୟରେ ବର୍ତ୍ତମାନ କରୋନା ସକ୍ରିୟ ମାମଲା ୯୦କୁ ବୃଦ୍ଧି ପାଇଛି ।

nis-ad
Leave A Reply

Your email address will not be published.