କେନ୍ଦୁଝର: ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା, ୩ ମୃତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଏନ ଏଚ ୨୨୦ ଡିଆନାଳି ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ମୃତକମାନେ ହେଲେ ଘଟଗାଁ ଥାନା ଆମ୍ବୁଆପଡ଼ା ଗ୍ରାମର ତ୍ରିଲୋଚନ ମହାନ୍ତ, ପାଟଣା ଥାନା ସୋରାସକେଲା ଗ୍ରାମର ରମାକାନ୍ତ ନାଏକ ଓ ରୁଢ଼ିଆପଡ଼ା ଗ୍ରାମର ସୁନୀଲ ଦାସ।

nis-ad
Leave A Reply

Your email address will not be published.