ଲାଉଡସ୍ପିକର ଆବିଷ୍କୃତ ହେବା ପୂର୍ବରୁ କ’ଣ ଦେଶରେ ଭଗବାନ ନଥିଲେ?

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶରେ ବିଭିନ୍ନ ମନ୍ଦିର ବା ମସଜିଦ ବାହାରେ ଲାଉଡସ୍ପିକର ଲଗାଇବାକୁ ନେଇ ବିବାଦ ଆରମ୍ଭ ହୋଇଛି। ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ରାଜନୈତିକ ଦଳ ରାଜନୀତି କରୁଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ପଚାରିଛନ୍ତି ଯେ ଯେତେବେଳେ ଲାଉଡସ୍ପିକର ନଥିଲା, ସେତେବେଳେ କ’ଣ ଭଗବାନ ନଥିଲେ?
ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ଯେଉଁମାନେ ଲାଉଡସ୍ପିକରକୁ ନେଇ ବିବାଦ ଆରମ୍ଭ କରିଛନ୍ତି ମୁଁ ସେମାନଙ୍କୁ ପଚାରୁଛି ଯେ ୧୯୨୫ ମସିହାରେ ଲାଉଡସ୍ପିକର ଆବିଷ୍କୃତ ହୋଇଥିଲା ଏବଂ ଭାରତରେ ଥିବା ଧର୍ମାନୁଷ୍ଠାନରେ ଏହାର ବ୍ୟବହାର ପ୍ରାୟ ୭୦ ଦଶକରୁ ଆରମ୍ଭ ହୋଇଥିଲା। ଯେତେବେଳେ କୌଣସି ଲାଉଡସ୍ପିକର ନଥିଲା ସେତେବେଳେ ଧର୍ମାନୁଷ୍ଠାନରେ କ’ଣ ଭଗବାନ ନଥିଲେ? ଲାଉଡସ୍ପିକର ବିନା ସେତେବେଳେ କ’ଣ ଠାକୁରଙ୍କୁ ପୂଜା କରଯାଉନଥିଲା?
ଅନ୍ୟ ଏକ ଟ୍ୱିଟରେ ସେ ଲେଖିଛନ୍ତି ଯେ, କୌଣସି ଭଗବାନଙ୍କୁ ପୂଜା କରିବା ପାଇଁ ଲାଉଡସ୍ପିକର ଜରୁରୀ ନୁହେଁ। ପ୍ରକୃତରେ ଯେଉଁମାନେ ଧର୍ମ ଏବଂ କର୍ମର ମୂଳ କଥା ବୁଝନ୍ତି ନାହିଁ, ସେମାନେ ଅନାବଶ୍ୟକ ପ୍ରସଙ୍ଗରେ ଧାର୍ମିକ ରଙ୍ଗ ଦିଅନ୍ତି। ଜଣେ ଆତ୍ମ ସଚେତନ ବ୍ୟକ୍ତି କେବେ ବି ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବ ନାହିଁ। ଭଗବାନ ସର୍ବଦା ଆମ ସହିତ ଅଛନ୍ତି। ତାଙ୍କୁ ପୂଜା କରିବା ପାଇଁ ଲାଉଡସ୍ପକରର ଆବଶ୍ୟକତା ନାହିଁ।

nis-ad
Leave A Reply

Your email address will not be published.