ଭୁବନେଶ୍ବର: ଆନ୍ତର୍ଜାତିକ ଶ୍ରମ ଦିବସ ଅବସରରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ନୂତନ ଅନ୍ଲାଇନ୍ ପୋର୍ଟାଲ (https:\\nirmanshramik.odisha.gov.in) କୁ ଲୋକାର୍ପଣ କରିଛନ୍ତି।
ଏହି ବ୍ୟବସ୍ଥା ଦ୍ବାରା ନିର୍ମାଣ ଶ୍ରମିକମାନଙ୍କୁ ପଞ୍ଜିକରଣ, ନବୀକରଣ ଓ ସହାୟତା ଆବେଦନ ନିମନ୍ତେ ଏବେ ଆଉ ଶ୍ରମ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ ।
ଶ୍ରମିକ ଭାଇଭଉଣୀମାନେ ଘରେ ବସି ମଧ୍ୟ ଉପରୋକ୍ତ ସେବା ପାଇପାରିବେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ (www.labourdirectorate.odisha.gov, in) ଏବଂ କାରଖାନା ଓ ବାଵିତ୍ର ନିର୍ଦ୍ଦେଶାଳୟ (www.dfb.odisha.gov.in)ର ଦୁଇଗୋଟି ୱେବ୍ସାଇଟକୁ ମଧ୍ୟ ଲୋକାର୍ପଣ କରିଥିଲେ। ଏହା ସହିତ ‘ଶ୍ରମ କଲ୍ୟାଣ’ ନାମକ ଏକ ବୁଲେଟିନ୍ ମଧ୍ୟ ଉନ୍ମୋଚିତ ହୋଇଥିଲା । ବିଭିନ୍ନ ଶ୍ରମିକ ଭାଇଭଉଣୀମାନଙ୍କୁ ବିଭାଗ ତରଫରୁ ମୁଖ୍ୟଅତିଥ୍ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।
ଜୟଦେବ ଭାବନରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁରେଶ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ବ୍ୟାଉପଟ୍ଟନାୟକ ଉପସ୍ଥିତ ଥିଲେ।