ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ବିଜୁଳି କାଟ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଗୋଟେ ପଟେ ଦିଲ୍ଲୀ ସରକାର ମାଗଣା ବିଦ୍ୟୁତ ଯୋଗାଇ ଦେଉଥିବା ନେଇ ନିଜର ପିଠି ଥାପୁଡ଼ାଉ ଥିବା ବେଳେ ଅନ୍ୟ ପଟେ ବିଜୁଳି କାଟ ନେଇ ଦିଲ୍ଲୀବାସୀ ମୁଣ୍ଡ ପିଟୁଛନ୍ତି। ବିଜୁଳି କାଟକୁ ନେଇ ଅତିଷ୍ଠ ହୋଇ ଜଣେ ଦିଲ୍ଲୀବାସୀ କହିଛନ୍ତି ଯେ, ଆମକୁ ମଗଣା ଲାପଟପ ନୁହେଁ ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ ଦରକାର।
ତାଙ୍କ କହିବା ମୁତାବକ, ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇ ଦେବାକୁ କହି ଦିଲ୍ଲୀ ସରକାର ପ୍ରଶଂସା ସାଉଁଟୁଛନ୍ତି। ହେଲେ ସତ କଥା ହେଲା ଅଧାଦିନ ବିଜୁଳି କାଟ ହେଉଛି ଏବଂ ୫୦ ୟୁନିଟ୍ ବିଦ୍ୟୁତ୍ ବି ଖର୍ଚ୍ଚ ହେଉ ନାହିଁ। ଆମେ ମାଗଣା ଲାପଟପ୍ ଚାହୁଁନାହୁଁ। ଆମକୁ ମାଗଣା ବିଦ୍ୟୁତ୍ ଦରକାର ନାହିଁ। ଆମେ ଟଙ୍କା ଦେବକୁ। ଏହା ବଦଳରେ ଆମକୁ ୨୪ ଘଣ୍ଟା ବିଦ୍ୟୁତ୍ ଦରକାର। ଗୋଟିଏ ପଟେ ଆମ୍ ଆଦମୀ ପାର୍ଟି ବିଭିନ୍ନ ରାଜ୍ୟରେ ଦିଲ୍ଲୀ ମଡେଲ ବିଷୟରେ ଚର୍ଚ୍ଚା କରି ବାହାଦୁରୀ ମାରୁଥିବା ବେଳେ ବିଜୁଳି କାଟ ପାଇଁ ଆମେ ମୁଣ୍ଡ ପିଟୁଛୁ।
ଭାଟି ମାଇନ୍ସ ଏବଂ ଫତେହପୁର ବେରୀ ବ୍ୟତୀତ ଦକ୍ଷିଣ ଦିଲ୍ଲୀ ବିଷୟରେ କହିବାକୁ ଗଲେ ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ ପ୍ରତିଦିନ ଘଣ୍ଟା ଘଣ୍ଟା ବିଜୁଳି କାଟ ହେଊଛି। ଏଭଳି ପରିସ୍ଥିତିରେ ଘରେ କିମ୍ବା ଅଫିସରେ କାର୍ଯ୍ୟ କରିବା ସମ୍ଭବ ହେଉନାହିଁ। ଏହି ସମୟରେ ଗୁରୁଗ୍ରାମରେ ଦିନକୁ ପ୍ରାୟ ୧୦ ଘଣ୍ଟା ପାଇଁ ବିଜୁଳି କାଟ ହେଉଥିବା ରିପୋର୍ଟ କରାଯାଉଛି। ଏହି କାରଣରୁ ଏହି ଅଞ୍ଚଳର ଥିବା ଶିଳ୍ପଗୁଡିକ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହେଉଛନ୍ତି।
Sign in
Sign in
Recover your password.
A password will be e-mailed to you.