‘ଓଡିଶାରେ କୋଇଲା ସଙ୍କଟ ନାହିଁ’: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ଦେଶରେ କୋଇଲା ସଙ୍କଟକୁ ଦେଖି ବଡ଼ ଘୋଷଣା କରିଛି ରେଳ ବିଭାଗ । ୬୭୦ ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛି ରେଳବାଇ । ମେ’ ୨୪ ତାରିଖ ପର୍ଯ୍ୟନ୍ତ ୬୭୦ଟି ମେଲ, ଏକ୍ସପ୍ରେସ୍ ଓ ପାସେଞ୍ଜର ଟ୍ରେନ୍ ବାତିଲ କରାଯାଇଛି । ଯାହା ଦ୍ୱାରା କୋଇଲା ନେଇ ଯାଉଥିବା ଟ୍ରେନକୁ ଅତିରିକ୍ତ ରାସ୍ତା ମିଳିପାରିବ । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କୋଇଲା ସଙ୍କଟ ନଥିବା ସେ କହିଛନ୍ତି । କିଛିଦିନ ତଳେ ବିଜୁଳି ଉତ୍ପାଦନ ନେଇ ସମୀକ୍ଷା କରାଯାଇଥିଲା । ଅନ୍ୟ ରାଜ୍ୟରେ ଯେଭଳି ୧୦ରୁ ୧୨ ଘଣ୍ଟା ବିଜୁଳି କାଟ୍ ହେଉଛି କିମ୍ବା କୋଇଲା ପହଞ୍ଚି ପାରୁନାହିଁ, ସେଭଳି ସ୍ଥିତି ଓଡିଶାରେ ନଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । କାରଣ ରାଜରେ ସମସ୍ତ କୋଇଲା ଖଣ ଅଛି । ତେଣୁ ପାୱାର ପ୍ଲାଣ୍ଟ ଗୁଡିକୁ ପର୍ଯ୍ୟାପ୍ତ ପରିମାଣରେ କୋଇଲା ଯୋଗାଇ ଦେବାପାଇଁ ଏମସିଏଲ ଏମଡିଙ୍କୁ ସେ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.