କାଲି ଶ୍ରୀମନ୍ଦିର ଐତିହ୍ୟ କରିଡର୍ ପ୍ରକଳ୍ପ ଅନୁଧ୍ୟାନ କରିବ ଏଏସ୍‌ଆଇ

ଭୁବନେଶ୍ୱର: ରାଜ୍ୟରେ ଶ୍ରୀମନ୍ଦିର ଐତିହ୍ୟ କରିଡର୍ ଝଡ଼ ବିବାଦ ଏବେ ଘନେଇବାରେ ଲାଗିଛି । ବିଭିନ୍ନ ରାଜନୈତିକ ଦଳ ତଥା ଜନସାଧାରଣ ପ୍ରକଳ୍ପକୁ ଭିତ୍ତି କରି ନାନା ମନ୍ତବ୍ୟ ମାନ ଦେଉଥିବା ବେଳେ ରାଜ୍ୟ ସରକାର କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରୁଛନ୍ତି । ଏପରିକି ଏଏସ୍‌ଆଇର ବିନା ଅନୁମତିରେ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ନେଇ ଅଭିଯୋଗ ହେବା ପରେ ରାଜ୍ୟରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ତୁ ପାଲଟିଛି ।

ଏହାକୁ ଭିତ୍ତି କରି ଆସନ୍ତାକାଲି ଏଏସ୍‌ଆଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାଞ୍ଚ ପାଇଁ ଘଟଣାସ୍ଥଳ ପରିଦର୍ଶନ କରିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଓବିସିସି ଓ ଟାଟା ପ୍ରୋଜେକ୍ଟ ସହ ମିଳିତ ଭାବେ ଏହି ଅନୁଧ୍ୟାନ କରାଯିବାକୁ ଥିବା ବେଳେ ପ୍ରକଳ୍ପ ଅନ୍ତର୍ଭୁକ୍ତ କ’ଣ କ’ଣ ନିର୍ମାଣ ଚାଲିଛି ତାହାର ଯାଞ୍ଚ କରାଯିବ । ନିର୍ମାଣାଧୀନ ପ୍ରକଳ୍ପ ଉଚ୍ଚତା ଓ ଗଭୀରତା ପ୍ରସ୍ତାବିତ ପ୍ରକଳ୍ପ ଗଭୀର ଏବଂ ଉଚ୍ଚତା ସହ ମେଳ ଖାଉଛି କି ନାହିଁ ମଧ୍ୟ ତା’ର ଯାଞ୍ଚ କରାଯିବ । ନିର୍ମାଣାଧୀନ ପ୍ରକଳ୍ପକୁ ନେଇ ସତ୍ୟପାଠ ଦାଖଲ ନିର୍ଦ୍ଦେଶ ରହିଥିବା ବେଳେ ଆସନ୍ତାକାଲି ପ୍ରକଳ୍ପ ଅନୁଧ୍ୟାନ ପରେ ସେସବୁକୁ ରେକର୍ଡଭୁକ୍ତ କରାଯିବ ବୋଲି ଜଣାପଡ଼ିଛି । ତେବେ ମେ ୭ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିବା ଜଣାପଡ଼ିଛି ।

nis-ad
Leave A Reply

Your email address will not be published.