କଟକର ଏକ ସ୍କୁଲ ବାରଣ୍ଡାରେ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ: ସ୍କୁଲ ବାରଣ୍ଡାରେ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କଟକ ସଦର ଥାନା ଶଙ୍ଖତ୍ରାସ ୟୁପି ସ୍କୁଲ ପରିସରରୁ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଯୁବକଯୁବତୀ ଦୁହେଁ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି । ତେବେ ଦୁହିଁଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ।

ଘଟଣାସ୍ଥଳନରେ ସଦର ଥାନା ପୋଲିସ ପହଞ୍ଚି ଛାନଭିନ୍ ଜାରି ରଖିଛି । ପ୍ରେମ ବ୍ୟାପାରକୁ ନେଇ ଏପରି ଘଟିଥାଇପାରେ ବୋଲି ଲୋକେ ସନ୍ଦେହ କରୁଛନ୍ତି ।

nis-ad
Leave A Reply

Your email address will not be published.