ଆରମ୍ଭ ହେଲା ଯୁକ୍ତଦୁଇ ପରୀକ୍ଷା

ଭୁବନେଶ୍ବର: ଆରମ୍ଭ ହେଲା ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ବିଷୟରେ ପରୀକ୍ଷା ଦେଇଛନ୍ତି କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ । ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ହୋଇଥିବା ବେଳେ ସାଢେ ୮ଟା ସମୟରେ ପିଲାଙ୍କୁ କେନ୍ଦ୍ରକୁ ଛଡା ଯାଇଥିଲା । ୮ଟା ୫୦ମିନିଟରେ ପ୍ରଶ୍ନପତ୍ର ଓ ୮ଟା ୫୫ମିନିଟରେ ଉତ୍ତର ଖାତା ଦିଆଯାଇଥିଲା ।

ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ନୋଡାଲ ସେଣ୍ଟରରେ କଡା ସୁରକ୍ଷା ଭିତରେ ଥିବା ପ୍ରଶ୍ନପତ୍ରଗୁଡିକୁ ବିଭିନ୍ନ କେନ୍ଦ୍ରକୁ ପଠାଯାଇଥିଲା । ସେପଟେ ହିଟଓ୍ବେଭ ଓ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ପିଲାଙ୍କ ସମସ୍ତ ବନ୍ଦୋବସ୍ତ କରାଯାଇଛି ।

nis-ad
Leave A Reply

Your email address will not be published.