ଭୁବନେଶ୍ବର: ୨୦ ହଜାର ଟଙ୍କାରେ ୧୧ ବର୍ଷର ପିଲାକୁ ବିକ୍ରି ଉଦ୍ୟମ। ପିଲା ଚୋରି ଅଭିଯୋଗରେ ସ୍ୱାମୀ ସ୍ତ୍ରୀ ଥାନାରେ ଅଟକ। ନୟାଗଡ଼ର ଏକ ଦମ୍ପତିଙ୍କୁ ଖଣ୍ଡଗିରି ଥାନା ପୋଲିସ୍ ଅଟକ ରଖି ପଚରା ଉଚରା କରୁଛି ।
ଗତକାଲି ଜାଗମରା ଗାଁରୁ ଜଣେ ୧୧ ବର୍ଷର ପିଲାକୁ ସେମାନେ ନେଇ ଯାଇଥିଲେ। ଆଉ ୩ ଜଣ ପିଲାଙ୍କୁ ଟଙ୍କା ଲୋଭ ଦେଖାଇ ନେବାକୁ ଚେଷ୍ଟା କରିଥିଲେ।
ଗାଁ ଲୋକଙ୍କ ଉଦ୍ୟମରେ ଖୋର୍ଦ୍ଧା ପୁବୁସାହି ନିକଟରୁ ଗୋଟିଏ ନିଖୋଜ ପିଲା ଉଦ୍ଧାର ହୋଇଛି । ଏକ ଘରୋଇ ବସ୍ ଯୋଗେ ତାକୁ ରାଜ୍ୟ ବାହାରକୁ ନେବାକୁ ସେମାନେ ଉଦ୍ୟମ କରିଥିଲେ। ତେବେ ସେମାନଙ୍କୁ ପୋଲିସ୍ ଠାବ କରି ଧରିଛି । ପିଲାଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀଙ୍କୁ ପୋଲିସ ପଚରା ଉଚରା କରୁଛି।