ଲିମ୍ବ ଗଛରୁ ବାହାରୁଛି କ୍ଷୀର, ଲୋକଙ୍କ ପୂଜାର୍ଚ୍ଚନା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ବାଲିଯୋଡି ଗାଁରେ ଏବେ ଚର୍ଚ୍ଚା ଚାଲିଛି । ଏଠାରେ ଏକ ଗଛରୁ କ୍ଷୀର ବାହାରୁଥିବା ଦେଖିବାକୁ ମିଳିଛି। ଗାଁ ମୁଣ୍ଡରେ ଥିବା ଏକ ଲିମ୍ବ ଗଛରୁ ଏହି କ୍ଷୀର ବାହାରୁଛି।
ଗତକାଲି ସନ୍ଧ୍ୟା ସମୟରେ ଗାଁର କିଛି ଯୁବକ ପ୍ରଥମେ ଏହି ଗଛରୁ କ୍ଷୀର ବାହାରୁଥିବା ଦେଖିବାକୁ ପାଇଥିଲେ। ଏହି ଘଟଣା ପ୍ରଘଟ ହେବା ପରେ ଆଜି ସକାଳୁ ଏହାକୁ ଦେଖିବାପାଇଁ ବହୁ ଲୋକଙ୍କ ଭିଡ ଜମିଛି। ତେବେ କାହିଁକି ଗଛରୁ ଆପେ ଆପେ କ୍ଷୀର ବାହାରୁଛି ତାହା ଜଣା ପଡିନଥିବା ବେଳେ କୌଣସି ଆଧ୍ୟାତ୍ମିକ କାରଣ ଯୋଗୁ ଏହି କ୍ଷୀର ବାହାରୁଥିବା ଗ୍ରାମବାସୀ ବିଶ୍ବାସ କରି ଲିମ୍ବ ଗଛକୁ ପୂଜାର୍ଚ୍ଚନା କରୁଛନ୍ତି।

ଅବଶ୍ୟ ଲିମ୍ବ ଗଛରୁ କ୍ଷୀର ଭଳି ପଦାର୍ଥ ବାହାରିବା କିଛି ନୂଆ କଥା ନୁହେଁ । ତେବେ ଏଭଳି ଆପେ ଆପେ ଏହି ଗଛରୁ କ୍ଷୀର ବାହାରିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ତେଣୁ ଲୋକେ ଭାବୁଛନ୍ତି ଏହା ଈଶ୍ୱରଙ୍କ ଲୀଳା । ଗଛର ମଧ୍ୟ ଭାଗରୁ ଏହି କ୍ଷୀର ବାହାରି ଗଛ ମୂଳ ଯାଏ ବହି ଆସୁଛି । ଗତ ରାତିରୁ ଏ ଘଟଣା ଜଣାପଡ଼ିବା ପରେ ଆଜି ଅନେକ ଲୋକ ଆସି ଏହି ଅଦଭୁତ ଲୀଳା ଦେଖିବାକୁ ଭିଡ଼ ଜମାଉଛନ୍ତି।

nis-ad
Leave A Reply

Your email address will not be published.