ବିଶିଷ୍ଟ ଓକିଲଙ୍କ ତିରୋଧାନରେ ଶୋକ


ସୁନ୍ଦରଗଡ଼ (୨୫/୦୪) : ଜ଼ିଲ୍ଲା ଓକିଲ ସଂଘ ସୁନ୍ଦରଗଡ଼ର ସଦସ୍ୟ ସୁନୀଲ କୁମାର ଚୌଧୁରୀ ଗତ କାଲି ତା ୨୪ -୪-୨୨ ରିଖ ସମ୍ବଲପୁର ସମଲେଶ୍ୱରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାତଃ ୮ ଘଟିକା ସମୟରେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ l ସେ ଗତ କିଛିବର୍ଷରୁ ମଧୁମେହ ରୋଗରେ ପୀଡିତ ଥିଲେ। ତାଙ୍କର ଡାଇଲସିସ ମଧ୍ୟ ଚାଲିଥିଲା। ଗତ ୨୩ ତାରିଖ ସନ୍ଧ୍ୟାରେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହେଇପଡିବାରୁ ସୁନ୍ଦରଗଡ ସରକାରୀ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ।ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ନ ହେବାରୁ ତାଙ୍କୁ ତାଙ୍କ ପରିବାର ଲୋକେ ବୁର୍ଲା ସମଲେଶ୍ୱରୀ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ ଏବଂ ସେଠାରେ ତାଙ୍କୁ ଆଇ.ସି.ୟୁ ରେ ରଖାଯାଇ ଚିକିତ୍ସା ଚାଲିଥିବା ସମୟରେ ସକାଳ ୮ ଘଟିକା ସମୟରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ l ସ୍ବର୍ଗତ ସୁନିଲ ବହୁତ ମେଳାପୀ ଓ ମିଷ୍ଟଭାଷୀ ବ୍ୟକ୍ତି ଥିଲେ l ତାଙ୍କ ଦେହାନ୍ତ ଖବର ପାଇ ଜ଼ିଲ୍ଲା ଓକିଲ ସଂଘରେ ଶୋକାକୁଳ ପରିବେଶ ଛାଇ ଯାଇଥିଲା l ତାଙ୍କ ବିଦାୟ ଜ଼ିଲ୍ଲା ଓକିଲ ସଂଘ ପାଇଁ ଶକ୍ତ ଧକ୍କା ପହଁଚିଛି ଏବଂ ଏହି ଅପୂରଣୀୟ କ୍ଷତି କେହି ପୂରଣ କରି ପାରିବେ ନାହିଁ ବୋଲି ସଂଘର ସଭାପତି ପ୍ରକାଶ କରିଛନ୍ତି l ସକାଳ ଘ.୧୦.୩୦ ମିନିଟ ସମୟରେ ତାଙ୍କ ମରଶରୀରକୁ ଜ଼ିଲ୍ଲା ଓକିଲ ସଂଘ ପରିସରକୁ ଅଣାଯାଇଥିଲା ଏବଂ ସେଠାରେ ଜ଼ିଲ୍ଲା ଓକିଲ ସଂଘର ସଦସ୍ୟମାନଙ୍କ ସମେତ ଏ.ଡ଼ି.ଜେ ( ପୋକସୋ ) ଏମ. କେ. ସୂତ୍ରଧର, ସବ୍ ଜଜ ରାଣା ଘୋଷ, ଜେ.ଏମ.ଏଫ.ସି ଶୁଭଙ୍କର ମହାନ୍ତିଙ୍କ ସମେତ ଅନ୍ୟ ଅଧିକାରୀଗଣ ଉପସ୍ଥିତ ରହି ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଅପରାହ୍ନ ଘ.୧୨.୧୫ ମିନିଟ ସମୟରେ ରାଣୀବଗିଚା ବାଇପାସ ସ୍ଥିତ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ କରାଯାଇଥିଲା l ତାଙ୍କ ସ୍ମୃତିରେ ଆଜି ତା ୨୫ – ୪ -୨୨ ରିଖ ସକାଳ ଘ.୭. ୩0 ମିନିଟ ସମୟରେ ଜ଼ିଲ୍ଲା ଓକିଲ ସଙ୍ଘ ସଭାଗୃହରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ୨ ମିନିଟର ନୀରବ ପ୍ରାର୍ଥନା କରାଯାଇ ତାଙ୍କ ଫୋଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଓ କୋର୍ଟ କାର୍ଯ୍ୟକୁ ବନ୍ଦ କରିଦିଆଯାଇଥିଲା l ତାଙ୍କୁ ମୃତ୍ୟୁ ବେଳକୁ ୫୪ ବର୍ଷ ବୟସ ହେଇଥିଲା l


ସମସ୍ତ କାର୍ଯ୍ୟକ୍ରମରେ ଜ଼ିଲ୍ଲା ଓକିଲ ସଂଘ ସଭାପତି କମଳ ଲୋଚନ ସେନ, ଉପସଭାପତି ପୁରୁଷୋତ୍ତମ ପ୍ରଧାନ,ସମ୍ପାଦକ ସତ୍ୟଜିତ ନାଏକ , ଯୁଗ୍ମ ସମ୍ପାଦକ ସୁଶାନ୍ତ ସେଠି, କୋଷାଧକ୍ଷ ରବୀନ୍ଦ୍ର ମାଳି, କାର୍ଯ୍ୟକାରିଣୀ ସଦସ୍ୟ ନିରଜ ସାମନ୍ତରାୟ, ପ୍ରଭାତ ଚୌଧୁରୀ, ବାସୁଦେବ ପାଣ୍ଡେ, ଅଶୋକ କୁମାର ସ୍ବାଇଁ,ପ୍ରଣବ କୁମାର ହାତୀ, ଆଇନଜୀବି କଲ୍ୟାଣ ପାଣ୍ଠି ଅଧକ୍ଷ୍ୟ ଗୌତମ ହାତୀ,ଉପାଧ୍ୟକ୍ଷ ମାଳି ଟପ୍ପୋ, ବିଦ୍ୟୁତ ନାଏକ, ସୁଧୀର ପଟେଲ, ସୁନୀଲ ପଟେଲ, ବରିଷ୍ଠ ଆଇନଜୀବି ନିମାଇଁ ଚରଣ ନାଏକ,ଅଶୋକ କୁମାର ଦାସ, ଯୁଗଳ କିଶୋର ଠାକୁର, ପ୍ରସନ୍ନ ବେହେରା, କିଶୋର ନାଏକ,ସୁରେନ୍ଦ୍ର ନାରାୟଣ ନାଏକ,ପୂର୍ବତନ ସଭାପତି ସୁକାନ୍ତ ମହାପାତ୍ର,ଧର୍ମେଶ ପଟେଲ, ପ୍ରଦୀପ ମହାପାତ୍ର, ଧର୍ମେନ୍ଦ୍ର ପଟେଲ,ପ୍ରଶାନ୍ତ ପଟେଲ,ନନ୍ଦଲାଲ ପଟେଲ,ନରେଶ କୁମାର ନାଏକ, ବୁଦ୍ଧଦେବ ନାଏକ,ବିଭୋର ପଟେଲ, ଅରୁଣ ପଟେଲ, ଅଶୋକ ନାଏକ,ନିହାର ନନ୍ଦୀ,ସ୍ୱରାଜ ପଟେଲ, ଉମା ଶଙ୍କର ପଟେଲ,ମନୋଜ କୁମାର ମହାରଣା,ସୁଶାନ୍ତ ପାଣ୍ଡେ,ପ୍ରଣବ ସିଂ, ନିହାର ରଥ, ପ୍ରୀତିଶ ମିଶ୍ର, ସଞ୍ଜୟ ମାଝୀ, ପ୍ରମୋଦ କୁମାର ମିଶ୍ର, ଅରୁଣ କୁମାର ଯୋଶୀ, କୈଳାଶ ନାଏକ,ରଘୁନାଥ ପଣ୍ଡା,ସତ୍ୟଜିତ ପଣ୍ଡା, ସୁଶୀଲ ମିଞ୍ଜ,ବାଦଲ ଚୌଧୁରୀ, ସଞ୍ଜୟ ପଟେଲ,ଏମ. ଡି. ସମିମ,ସୁରେଶ ପଟେଲ, ତାରାକାନ୍ତ ପଟେଲ,ସୁନୀଲ କୁମାର ରାଏ,ବଳବନ୍ତ ପାଣ୍ଡେ, ପ୍ରତିମା ମିଶ୍ର, କଳ୍ପନା ମାଈତି,ପ୍ରଭାତୀ ଯୋଶୀ,ସୁପ୍ରଭା ପଟେଲ,ସରିତା ପଟେଲ, ଅଲିଭା ମହାପାତ୍ର, ଦୀପଞ୍ଜଳି ପଟେଲ, ଅଞ୍ଜନା ସାହୁ, ଅନୁସୟା ନାଏକ, ଲଳିତା ବାରଲା,ସୁନୀତା ପଟେଲ, ସିନି ପଟେଲ, ତୃପ୍ତି ନାଏକ ସମେତ ଓକିଲ ମୋହରୀ ସଙ୍ଘର ସଦସ୍ୟ ମାନେ ତାଙ୍କ ଶେଷ ଦର୍ଶନ କରି ତାଙ୍କ ମରଶରୀର ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l

nis-ad
Leave A Reply

Your email address will not be published.