ଦିଲ୍ଲୀ ହିଂସା ମାମଲା: ୮ଦିନିଆ ରିମାଣ୍ଡରେ ଗଲେ ୫ ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାରେ ଗିରଫ ହୋଇଥିବା ୫ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ ୮ ଦିନିଆ ରିମାଣ୍ଡରେ ନେଇଛି। ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେବା ପାଇଁ ପୁଲିସ ଆବେଦନ କରିଥିବା ବେଳେ ଦିଲ୍ଲୀର ରୋହିଣୀ କୋର୍ଟ ମଞ୍ଜୁର କରିଛନ୍ତି। ଅନ୍ୟପଟେ ଆଉ ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ୫ ଜଣ ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ଲାଗୁ ହୋତିଛି। ଶନସିବାର ସମସ୍ତ ୯ ଜଣ ଅଭିଯୁକ୍ତଙ୍କୁ ଭିଡିଓ କନଫରେସିଂ ଜରିଆରେ ରୋହିଣୀ କୋର୍ଟରେ ହାଜର କରାଯାଇଥିଲା। ମାମାଲାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ମାମଲାରେ ୫ ଅଭିଯୁକ୍ତଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ବଳରେ ମାମଲା ରୁଜୁ ହୋଇଛି। ଏହି କଠୋର ଆତଙ୍କବାଦୀ ନିରୋଧୀ ଆଇନ୍ ବଳରେ କୌଣସି ଅଭିଯୋଗ ବିନା ଅଭିଯୁକ୍ତମାନଙ୍କୁ ମାସ ମାସ ଧରି ଅଟକ ରଖାଯାଇପାରିବ ।
ଏହି ଅଭିଯୁକ୍ତମାନେ ହେଲେ ଅନସାର, ସଲିମ, ଇମାମ୍, ଦିଲସାଦ ଓ ଅହିର। କେନ୍ଦ୍ରର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ପୁଲିସ କମିଶନରଙ୍କୁ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ ଏହି ପଦକ୍ଷେପ ନେଇଛି । ଦିଲ୍ଲୀର ଜାହାଙ୍ଗୀରପୁରୀ ହିଂସା ମାମଲାରେ ଦିଲ୍ଲୀ ପୁଲିସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରିପୋର୍ଟ ପ୍ରଦାନ କରିଛି। ଆପରାଧିକ ଷଡ଼ଯନ୍ତ୍ର ଯୋଗୁ ଏହି ହିଂସା ହୋଇଛି ବୋଲି ଦିଲ୍ଲୀ ପୁଲିସ ତା’ର ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ କହିଛି। ବର୍ତ୍ତମାନ ଏହି ମାମଲାରେ ଗିରଫ ସଂଖ୍ୟା ୨୭ରେ ପହଞ୍ଚିଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସ୍ଥାନୀୟ ଅଞ୍ଚଳରେ ସାନି ହିଂସାକୁ ରୋକିବା ପାଇଁ ପୁଲିସ ଡ୍ରୋନର ଉପଯୋଗ କରିଛି। ଜାମା ମସଜିଦ ଏବଂ ହଜ୍‌ କ୍ୱାଜି ଅଞ୍ଚଳ ଉପରେ ପୁଲିସ କଡ଼ା ନଜର ରଖିଛି ବୋଲି ସେଣ୍ଟ୍ରାଲ ଡିସିପି ଶ୍ୱେତା ଚୌହାନ କହିଛନ୍ତି। ହିଂସା ମାମଲାରେ ଦିଲ୍ଲୀ ପୁଲିସ ଜଣେ ନାବାଳକ ସମେତ ଗୋଟିଏ ପରିବାରର ୬ ଜଣଙ୍କୁ ଗିରଫ କରିଛି। ଉଭୟ ସଂପ୍ରଦାୟର ଲୋକଙ୍କୁ ପୁଲିସ ଗିରଫ କରିଛି। ହିଂସା ମାମଲାରେ ଜଡ଼ିତ ୫ ଜଣଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଲାଗୁ ହୋଇଛି।

nis-ad
Leave A Reply

Your email address will not be published.