ଜଣେ ଆତଙ୍କବାଦୀ ନିହତ, ୩ ଗିରଫ

ଜମ୍ମୁ: ଆତଙ୍କବାଦୀ ନିପାତ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ସୁରକ୍ଷାକର୍ମୀମାନେ ଜଣେ ଆତଙ୍କବାଦୀକୁ ନିହତ କରଥିବା ବେଳେ ୩ ଜଣ ଆତଙ୍କବାଦିଙ୍କୁ କାବୁ କରିଛନ୍ତି। ଦକ୍ଷିଣ କାଶ୍ମୀରିର କୁଲଗାମ ଜିଲ୍ଲାରେ ଏହି ଘଟଣା ଘଟିଛି। ଶନିବାର ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଦକ୍ଷିଣ କାଶ୍ମିରିର ମାରାହାମ ଏରିଆରେ ଏହି ଗୁଳି ବିନିମୟ ହୋଇଥିଲା । ପୁଲିସର ଦୁଇଟି ଟିମ ଏବଂ ସେନା ପକ୍ଷରୁ ମିଳିତ ଭାବେ ଏନକାଉଣ୍ଟର କରାଯାଥିଲା । ତେବେ ଏହି ଅପରେଶନରେ ସୁରକ୍ଷାବଳକୁ ସଫଳତା ମିଳିଛି।
ଅନ୍ୟପଟେ ଅପ୍ରେଲ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁକଶ୍ମୀର ଗସ୍ତରେ ଯିବେ । ତେବେ ତା ପୂର୍ବରୁ ଜମ୍ମୁକଶ୍ମୀରରେ ହାଇ ଆଲର୍ଟ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । ଜମ୍ମୁକଶ୍ମୀର ବାରମୂଲା ୪୦ଘଣ୍ଟା ଧରି ଚାଲିଥିବା ଗୁଳିବିନିମୟରେ ୩ ଜଣ ଆତଙ୍କବାଦୀ ଏବଂ ଜମ୍ମୁରେ ୭ଘଣ୍ଟା ଧରି ଚାଲିଥିବା ଅପରେସନ୍‌ରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
ଏହାପରେ ଶ୍ରୀନଗର ବାହାରେ ଶ୍ରମିକମାନଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଜଣାପଡିଛି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୫ଟି ଏକ୍ସପ୍ରେସ୍ ଓ୍ବେର ଶିଳାନ୍ୟାସ କରିବା ସହ ବନିହାଲ-କାଜିଗୁଡ ଟନେଲର ଉଦଘାଟନ କରିବେ । ଧାରା ୩୭୦ ହଟାଯିବା ପରେ ନୂଆ ଜମ୍ମୁକଶ୍ମୀରରେ ଶିଳ୍ପ ବିକାଶର ନୂତନ ଯୁଗରେ ୩୮୦୮୨କୋଟି ଟଙ୍କାର ଗ୍ରାଉଣ୍ଡ ବ୍ରୋକିଙ୍ଗ ସେରିମନି ମଧ୍ୟ ଅୟୟୋଜନ ହେବ ।

nis-ad
Leave A Reply

Your email address will not be published.