ସବୁ ଜେଲ୍ ପାଇଖାନାକୁ ୧୦ ଦିନ ଭିତରେ ସୁବ୍ୟବସ୍ଥିତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ସବୁ ଜେଲ୍ ପାଇଖାନାକୁ ୧୦ ଦିନ ଭିତରେ ସୁବ୍ୟବସ୍ଥିତ କରିବାକୁ ନିର୍ଦ୍ଦେଶ । ଏସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାରେ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ନିର୍ଦ୍ଦେଶ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି କୋର୍ଟ । ୩୦ ତାରିଖ ଭିତରେ ଏନେଇ ରିପୋର୍ଟ କରିବେ ଜିଲ୍ଲା ଆଇନସେବା ଅଧିକାରୀ ।

ଜେଲ୍ ପରିଦର୍ଶନ କରି ପାଇଖାନାର ସ୍ୱଚ୍ଛତା ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦେବାକୁ ମଧ୍ୟ କୁହାଯାଇଛି। ଏହାସହ ଅନ୍ତେବାସୀଙ୍କ ଖାଦ୍ୟର ମାନ ଓ ପରିମାଣକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ଉତ୍କୃଷ୍ଟ ମାନର ଖାଦ୍ୟ ଓ ପରିମାଣ ନିଶ୍ଚିତ କରିବାକୁ ଉଚ୍ଚସ୍ତରୀୟ କମିିଟିକୁ ନିର୍ଦ୍ଦେଶ ଦିଆଯାଇଛି । ଉଚ୍ଚସ୍ତରୀୟ କମିିଟି ଗଠନ ପାଇଁ ଜେଲ୍ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରିମଳ ଓ ରୋଷେଇ ବ୍ୟବସ୍ଥାକୁ ଆଉଟସୋର୍ସିଂ କରିବାକୁ ବି ପରାମର୍ଶ ଦିଆଯାଇଛି । ଗତ ୧୩ ତାରିଖରେ ଜେଲ୍‌ରେ କଏଦୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯିବା ଓ ଅନ୍ୟ ଆନୁସଙ୍ଗିକ ସୁବିଧା ନଥିବାରୁ ଦୁଇ ଜେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଯାଇଥିଲା । ଜେଲରେ ଅନ୍ତେବାସୀଙ୍କ ଲାଗି ଅବ୍ୟବସ୍ଥା ଯୋଗୁଁ କୋରାପୁଟ ସବ୍ ଜେଲର ନିଲମ୍ବିତ ହେବା ସହ ଓ ନୟାଗଡ଼ ଖଣ୍ଡପଡ଼ା ଉପକାରାଗାର ଜେଲରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

nis-ad
Leave A Reply

Your email address will not be published.