ବିଜେପି ମୁଖ୍ୟାଳୟରେ ବୁଲଡୋଜର ଚଲାଇଦିଅ : AAP

ନୂଆଦିଲ୍ଲୀ : ହନୁମାନ ଜୟନ୍ତୀ ସମୟରେ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହିଂସାକାଣ୍ଡ ହୋଇଥିଲା । ଯେଉଁଥିରେ ଦୁଇଟି ସମ୍ପ୍ରଦାୟ ପରସ୍ପର ଉପରେ ଆକ୍ରମଣ କରିବା ସହ ପଥର ଫିଙ୍ଗିଥିଲେ । ଏହି ଘଟଣାରେ ଏପର୍ଯ୍ୟନ୍ତ ଦୁଇ ଡଜନରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ହିଂସା ପରେ ବିଜେପି ଶାସିତ ଉତ୍ତର ମ୍ୟୁନିସିପାଲିଟି କର୍ପୋରେସନ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜାହାଙ୍ଗୀରପୁରୀରେ ବେଆଇନ୍ ନିର୍ମାଣ ହଟାଇବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲା । ଯଦିଓ ଏହାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ବନ୍ଦ କରିଦିଆଯାଇଛି, କିନ୍ତୁ ବର୍ତ୍ତମାନ ଆମ୍ ଆଦମୀ ପାର୍ଟି ଏହି ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛି ।

AAP ଏକ ପୋଷ୍ଟର ଜାରି କରିଛି ଯେଉଁଥିରେ ଲେଖା ଅଛି ଯେ ଦେଶକୁ ଦଙ୍ଗା ଭିତରକୁ ଆଣିଛି ବିଜେପି, ବିଭିନ୍ନ ରାଜ୍ୟ ଦଙ୍ଗାର ନିଆଁରେ ଜଳୁଛି, ସବୁଆଡେ ଦଙ୍ଗାର ବିଜେପି ସହିତ ସିଧାସଳଖ ସମ୍ପର୍କ ରହିଛି । ଦଙ୍ଗା ବନ୍ଦ କରିବା ନେଇ ଏକ ମାତ୍ର ଉପାୟ, ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବୁଲଡୋଜର ଚଳାଇ ଦିଅ । ଏହା ପରେ ପାର୍ଟି ସୋଶାଲ ମିଡିଆରେ ପୋଷ୍ଟ କରିଥିଲା ” ବିଜେପି ମୁଖ୍ୟାଳୟରେ ବୁଲଡୋଜର ଚାଲିବା ଉଚିତ କି ?” ନେଇ ପୋଲ ଆରମ୍ଭ କରିଛି ।

ଏଥିସହ AAP ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଟାର୍ଗେଟ କରିଛି । ଅନ୍ୟ ଏକ ଟ୍ୱିଟରେ ଦଳ ଲେଖିଛି ଯେ ଅମିତ ଶାହା 2020 ରେ ଦିଲ୍ଲୀକୁ ଜାଳିଲେ ଏବଂ 2022 ରେ ମଧ୍ୟ ଦିଲ୍ଲାକୁ ଜାଳିଲେ । କେବଳ ଜଣେ ବ୍ୟକ୍ତି ଅଛନ୍ତି ଯିଏ ଦିଲ୍ଲୀକୁ ଜାଳି ଦେଇଛନ୍ତି, ଏହି କାରଣରୁ ଅମିତ ଶାହାଙ୍କ ଘରେ ଏକ ବୁଲଡୋଜର ଚଲାଇବା ଉଚିତ୍ । ଏହା ସହିତ, AAP #BulldozeBJPHQ ନାମରେ ଟ୍ୱିଟରରେ ଏକ ଅଭିଯାନ ଚଳାଉଛି ।

ଏଥି ସହ ଆମ୍ ଆଦମୀ ପାର୍ଟି ନେତା ଆତିଶୀ କହିଛନ୍ତି ଯେ ସାରା ଦେଶରେ ଦଙ୍ଗା ଚାଲିଛି । ସବୁଆଡେ ଗଣ୍ଡଗୋଳ ଓ ମାରପିଟ୍ ହେଉଛି । ଏହି ସବୁ ଦଙ୍ଗାକୁ ବିଜେପି କରୁଛି । ଆମେ ଗ୍ୟାରେଣ୍ଟି ଦେଉଛୁ, ବିଜେପି ମୁଖ୍ୟାଳୟରେ ବୁଲଡୋଜର ଚଲାଇ ଦିଅ, ସମଗ୍ର ଦେଶର ଦଙ୍ଗା ବନ୍ଦ ହୋଇଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ଦିନ ବୁଲଡୋଜର ଅମିତ ଶାହାଙ୍କ ଘରେ ଚାଲିବ, ଏହି ଦେଶରେ ଦଙ୍ଗା ବନ୍ଦ ହୋଇଯିବ । ଦଙ୍ଗା କରାଇବା ପାଇଁ ବିଜେପି ବାଂଲାଦେଶୀ ଏବଂ ରୋହିଙ୍ଗ୍ୟାମାନଙ୍କୁ ସମଗ୍ର ଦେଶରେ ରଖିଛି । କାହାକୁ କେଉଁଠି ରଖିଛି, ବିଜେପି ଏହାର ତାଲିକା ଦେଉ । ପରବର୍ତ୍ତୀ ଦଙ୍ଗା ବିଜେପି କେଉଁ ସ୍ଥାନରେ କରିବାକୁ ଯାଉଛି ତାହା ଜଣାପଡିବ ।

nis-ad
Leave A Reply

Your email address will not be published.