କଂଗ୍ରେସ ଶାସନ କାଳରେ ସାମ୍ପ୍ରଦାୟିକ ହିଂସା ସଂଖ୍ୟା ଅଧିକ: ବିରୋଧୀଙ୍କୁ ଖୋଲା ଚିଠିରେ ଜେ.ପି. ନଡ୍ଡାଙ୍କ ଜବାବ

ନୂଆଦିଲ୍ଲୀ: କଂଗ୍ରେସ ଶାସନ କାଳରେ ଦେଶରେ ଅଧିକ ସାମ୍ପ୍ରଦାୟିକ ହିଂସା ହୋଇଥିବା କଥା ଆଜି ‘ବିଜେପି’ ମୁଖ୍ୟ ଜେ.ପି. ନଡ୍ଡା ବିରୋଧୀ ଦଳମାନଙ୍କ ପ୍ରତି ଲେଖିଥିବା ଖୋଲା ଚିଠିରେ କହିଛନ୍ତି।
ଦେଶରେ ସାମ୍ପ୍ରଦାୟିକ ହିଂସା ବୃଦ୍ଧି ପାଉଛି ବୋଲି ୧୩ଟି ରାଜନୈତିକ ଦଳ ଦେଇଥିବା ମନ୍ତବ୍ୟର ପ୍ରତ୍ୟୁତ୍ତର ଦେଇ ସେ କହିଛନ୍ତି, କଂଗ୍ରେସ ଶାସନ ଅମଳରେ ୧୯୬୯ରେ ଗୁଜରାଟ, ୧୯୮୦ରେ ମୋରାଦାବାଦ, ୧୯୮୪ ଭିୱାଣ୍ଡି, ୧୯୮୭ରେ ମିରଟ, ସମଗ୍ର ୧୯୮୦ ଦଶକରେ କଶ୍ମୀର ଉପତ୍ୟକା, ୧୯୮୯ରେ ଭାଗଲପୁର, ୧୯୯୪ରେ ହୁବ୍ବାଲ୍ଲି ଏବଂ ଏଭଳି ଆହୁରି ଅନେକ ସ୍ଥାନରେ ସାମ୍ପ୍ରଦାୟିକ ହିଂସା ସଂଘଠିତ ହୋଇଥିଲା।
ସେହିଭଳି, କଂଗ୍ରେସ ଶାସନ ଅମଳରେ ଦଳିତ ଏବଂ ଆଦିବାସୀ ସମ୍ପ୍ରଦାୟରେ ସବୁଠୁ ଭୟଙ୍କର ନରସଂହାର ଘଟିଛି। କଂଗ୍ରେସ ହିଁ ସଂସଦୀୟ ନିର୍ବାଚନରେ ଡକ୍ଟର୍‌ ଆମ୍ବେଦକରଙ୍କୁ ପରାସ୍ତ କରାଇଥିଲା।
ବିରୋଧୀଙ୍କ ଉପରେ ଦୋଷାରୋପ କରି ସେ ଆହୁରି ମଧ୍ୟ କହିଛନ୍ତି ଯ, ବିରୋଧୀ ଦଳ ସବୁ ତୁଚ୍ଛ, ବିଶୃଙ୍ଖଳିତ ଏବଂ ଭୋଟ୍‌ ବ୍ୟାଙ୍କ୍‌ ରାଜନୀତିରେ ମାତିଛନ୍ତି। ବିରୋଧୀ ଦଳ ସବୁ ବିକାଶର ରାଜନୀତିକୁ ଆପଣାଇବା ଉଚିତ।
ଉକ୍ତ ଚିଠିରେ ସେ ଲେଖିଛନ୍ତି, ଆଜି ସମସ୍ତ ଧର୍ମବିଶ୍ବାସ, ସମସ୍ତ ବୟସ ବର୍ଗ ଏବଂ ସବୁ କ୍ଷେତ୍ରର ଜନତା ଦାରିଦ୍ର୍ୟ ପରାହତ କରି ଦେଶକୁ ପ୍ରଗତିର ନୂତନ ଉତ୍ତୁଙ୍ଗ‌ରେ ପହଞ୍ଚାଇବାକୁ ଏକଜୁଟ ହୋଇ କାମ କରୁଥିବା ବେଳେ ବିରୋଧୀ ଦଳଙ୍କୁ ମ‌ୋର ଅନୁରୋଧ ସେମାନେ ଧାରା ପରିବର୍ତ୍ତନ କରି ବିକାଶର ରାଜନୀତି ଆପଣାଇ ନିଅନ୍ତୁ।
ସୂଚନାଯୋଗ୍ୟ, ଶନିବାର ଦିନ ବିରୋଧୀ ଦଳର ନେତାମାନେ ଜାରି କରିଥିବା ବିବୃତିରେ ଲେଖିଥିଲେ ଯେ, ଭାରତରେ ସାମ୍ପ୍ରଦାୟିକ ହିଂସା ବୃଦ୍ଧି ପାଉଥିବା ବେଳେ ପ୍ରଧାନମନ୍ତ୍ରୀ କାହିଁକି ନିରବ ଅଛନ୍ତି।

nis-ad
Leave A Reply

Your email address will not be published.