ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନକୁ ଚେତାବନୀ ଦେଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ଆଫାଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍‌ କରିଥିବା ପାକିସ୍ତାନକୁ ଚେତାବନୀ ଦେଇଛି ଆଫଗାନିସ୍ତାନ। ଆଫଗାନିସ୍ତାନର ସୂଚନା ଏବଂ ସଂସ୍କୃତି ମନ୍ତ୍ରୀ ଜୁବିଉଲ୍ଲ ମୁଜାହିଦ୍‌ ଚେତବାନୀ ଦେଇ କହିଛନ୍ତି ଯେ ପାକିସ୍ତାନ ଆମର ଧର୍ଯ୍ୟ ପରୀକ୍ଷା କରିବା ଉଚିତ ନୁହଁ। ଆଫଗାନିସ୍ତାନ ମଧ୍ୟ ପରିସ୍ଥିତିକୁ ସାମ୍ନା କରିବାର ସାମର୍ଥ୍ୟ ରହିଛି। ବିଭିନ୍ନ ପ୍ରକାକର କୂଟନୈତିକ ବାଟ ମାଧ୍ୟମରେ ଉଭୟ ଦେଶ ମଧ୍ୟରେ ଥିବା ବିବାଦର ସମାଧାନ କରାଯାଉଛି। କିନ୍ତୁ ଏୟାର ଷ୍ଟ୍ରାଇକ୍‌ ଭଳି ପଦକ୍ଷେପ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିବ। ଫଳରେ ଏହା ଅଧିକ ବିବାଦକୁ ଜନ୍ମ ଦେବ ବୋଲି ସେ କହିଛନ୍ତି ।
ପାକିସ୍ତାନର ଏୟର ଷ୍ଟାଇକ୍‌କୁ ନିନ୍ଦା କରି ସେ କହିଛନ୍ତି ଯେ, ଯଦି ଏହି ଘଟଣାର ପୁନରାବୃତ୍ତି ହୁଏ ତେବେ ଆଫଗାନିସ୍ତାନ ବରଦାସ୍ତ କରିବ ନାହିଁ। ଶୁକ୍ରବାର ରାତିରେ ଆଫଗାନିସ୍ତାନର ଖୋସ୍ତ ପ୍ରଦେଶରେ ପାକିସ୍ତାନ ଏୟାର ଷ୍ଟ୍ରାଇକ କରିଥିବା ସୂଚନା ମିଳିଛି। ଏହି ଖବରକୁ ନେଇ ଆଫଗାନିସ୍ତାନର ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି। ଶୁକ୍ରବାର ରାତି ଅର୍ଥାତ ଏପ୍ରିଲ ୧୫ ତାରିଖରେ ଏହି ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ପ୍ରାୟ ୩୦ ଜଣ ନିହତ ହୋଛନ୍ତି। ମୃତକଙ୍କ ମଧ୍ୟରେ କିଛି ମହିଳା ଏବଂ ଶିଶୁ ଥିବା ଜଣାପଡ଼ିଛି। ଖୋଷ୍ଟ ପ୍ରୋଭିଡେନନ୍ସର ସ୍ପୁର ଜିଲ୍ଲାରେ ପାକିସ୍ତାନ ଯୁଦ୍ଧ ବିମାନ ଟାର୍ଗେଟ ହିଟ୍‌ କରିଥିଲା।
ଆଫଗାନିସ୍ତାନର ୱାଜିରିସ୍ତାନ ଅଞ୍ଚଳର ପୁରୁଣା ଅଧିବାସୀ(ଆଦିବାସୀ) ଜାମଶିଦଙ୍କ ରାଜାଙ୍କ ସୂଚନା ଅନୁସାରେ ଏହି ଏୟାର୍‌ଷ୍ଟ୍ରାଇକ୍‌ରେ ପାଖାପାଖି ୩୦ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ଆଫଗାନିସ୍ତାନ ଗଣମାଧ୍ୟମ ଟୋଲୋ ନ୍ୟୁଜରେ ଖବର ପ୍ରକାଶ ପାଇଛି। ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ପାକିସ୍ତାନ ଓ ତାଲିବାନର ସେନା ମଧ୍ୟରେ ସଂଘର୍ଷ ହୋଇଥିଲା।

nis-ad
Leave A Reply

Your email address will not be published.