ଉମରକୋଟ ୩ ଯୁବତୀଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ : ମିନାବଜାର ଯିବାକୁ ମନା କରିବାରୁ ଆତ୍ମହତ୍ୟା…?

ଉମରକୋଟ: ବହୁ ଚର୍ଚ୍ଚିତ ଉମରକୋଟ ୩ ଯୁବତୀଙ୍କ ମୃତ୍ୟୁ ଘଟଣାର ପୁଲିସ କରିଛି ପର୍ଦ୍ଦାଫାସ । ମିନାବଜାର ଯିବାକୁ ମନା କରିବାରୁ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି ତିନି ଯୁବତୀ । ୩ ଯୁବତୀ ହେମଲତା ଗୌଡ, କୌଶଲ୍ୟା ମାଝୀ ଓ ଫୁଲମତି ମାଝୀ ଉମରକୋଟରେ ଚାଲିଥିବା ମିନା ବଜାର ଯିବାକୁ ଘରଲୋକଙ୍କୁ ଜଣାଇଥିଲେ । ଘର ଲୋକ ବାରଣ କରିବାରୁ ଗଛରେ ଝୁଲି ଅତ୍ମହତ୍ୟା କରିଥିଲେ ବୋଲି ପୋଲିସ ପ୍ରକାଶ କହିଛି । ସତରେ କଣ ଏହା ପ୍ରକୃତ ଘଟଣା..! ସାମାନ୍ୟ ମୀନା ବଜାର କୁ ବାରଣ ଏହାର କାରଣ ନା ଆଉ କିଛି ଯାହା କି ସାଧାରଣ ରେ ଉଙ୍କି ମାରୁଛି, ତେଣୁ ଏହା ର ଉଚ୍ଚ ସ୍ତରୀୟ ତଦନ୍ତ ର ଆବଶ୍ୟକ ରହିଛି ବୋଲି ଅଂଚଳରେ ଥିବା ବୁଦ୍ଧି ଜୀବି ମତ ରଖିଛନ୍ତି l ସୂଚନା ଥାଉକି

ଗତ ୯ ତାରିଖରେ ଉମରକୋଟ ଥାନା ତୋହରା ପଞ୍ଚାୟତ ଡଙ୍ଗରିଭଟା ଗାଁରେ ଘଟିଥିଲା ଘଟଣା । ଗୋଟିଏ ଗଛରୁ ୩ ଜଣ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଘଟଣାସ୍ଥଳରେ ଉମରକୋଟ ପୋଲିସ ଓ ନବରଙ୍ଗପୁରର ଏକ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । କିନ୍ତୁ ମୀନା ବଜାର ବାରଣ କୁ ନେଇ ଏହିଭଳି ହୋଇପାରେ ତାହା ସାଧାରଣ ରେ ହଜମ ହେଉନାହିଁ l ପ୍ରକୃତ ତଥ୍ୟ ଲୋକୋ ଲୋଚନ କୁ ଆସିବା ଦରକାର ବୋଲି ଅଞ୍ଚଳର ବୁଦ୍ଧି ଜୀବି ଆଶା ପ୍ରକଟ କରିଛନ୍ତି, ସତ କେବେ ଲୁଚି ରୁହେନି ବିଳମ୍ବରେ ହେଲେ ବି ତଥ୍ୟ ଟି ପାଦକୁ ଆସିବ…

nis-ad
Leave A Reply

Your email address will not be published.