ପବିତ୍ର ଅକ୍ଷୟ ତୃତୀୟା ପାଇଁ ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ଡଙ୍ଗା

ମେ’୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ ଅନୁକୂଳ ସହ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ। ନନ୍ଦା ଓ ଭଦ୍ରା ଚାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନୌକା ବିହାର କରିବେ।

ବର୍ଷ ତମାମ ନରେନ୍ଦ୍ର ପୁଷ୍କରିଣୀ ଭିତରେ ବୁଡି ରହିଥିବା ୫ଟି ଡଙ୍ଗା ବାହାର କରାଯାଇଛି। ଏହା ପରେ ଡଙ୍ଗା ଗୁଡିକୁ ଶୁଖାଯାଇ ଆବଶ୍ୟକ ମରାମତି ଓ ରଙ୍ଗ କାର୍ଯ୍ୟ କରାଯିବ। ପରମ୍ପରା ଅନୁସାରେ ଚୈତ୍ରପୂର୍ଣ୍ଣମୀ ଦିନ ଏହି ଡଙ୍ଗା ଗୁଡିକ ଭୋଇ ସେବକଙ୍କ ଦ୍ୱାରା କଢାଯାଇଥାଏ।

nis-ad
Leave A Reply

Your email address will not be published.