ଓଡ଼ିଶାରେ ଖରାଛୁଟି ଘୋଷଣା: ଜୁନ୍ ୬ରୁ ଜୁନ୍ ୧୬ ସ୍କୁଲ ଛୁଟି

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ପାଇଁ ପାଠପଢ଼ାରେ ଅନେକ ସମସ୍ୟା ଦେଖାଦେଇଛି । ପାଠ ପଢ଼ା ପାଇଁ ସ୍କୁଲରେ ଖରାଛୁଟି କାଟଛାଣ୍ଟ ନିଷ୍ପତ୍ତି ନିଆଯାଇଛି । ଜୁନ୍ ୬ରୁ ଜୁନ୍ ୧୬ ପର୍ଯ୍ୟନ୍ତ ସ୍କୁଲରେ ଖରାଛୁଟି ପାଇଁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଭଳି ସକାଳୁଆ ସ୍କୁଲ ଚାଲୁ ରହିବ । ଏଥର ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୧୦ ଦିନ ସ୍କୁଲ ଛୁଟି ଦିଆଯିବ ।

ତେବେ ସକାଳୁଆ ସ୍କୁଲ ପାଇଁ ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି । ମେ’ ପହିଲାରୁ ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ସକାଳେ ୬ଟାରୁ ୯ଟା ଯାଏଁ ସ୍କୁଲ ଚାଲିବ । ଏପ୍ରିଲ ୨୦ ମଧ୍ୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ କ୍ଲାସ ପ୍ରମୋସନ ସରିବ ବୋଲି ସୂଚନା ମିଳିଛି ।

nis-ad
Leave A Reply

Your email address will not be published.