ଆଜି ଆକାଶରେ ଦେଖାଯିବ ‘ଫୁଲ ପିଙ୍କ୍‌ ମୁନ୍‌’ ବା ଗୋଲାପି ଜହ୍ନ

ଆଜି ଦେଖାଯିବ ଗୋଲାପି ଜହ୍ନ । ଆକାଶରେ ଆଜି ଅଦ୍ଭୂତପୂର୍ବ ଦୃଶ୍ୟ ଦେଖାଯିବ । ଆଜି ‘ଫୁଲ ପିଙ୍କ୍‌ ମୁନ୍‌’ ବା ‘ଏପ୍ରିଲ୍‌ ଫୁଲ୍‌ ମୁନ୍‌’ ଦେଖାଯିବ । ସାରା ସପ୍ତାହ ଆକାଶରେ ଦେଖାଯିବ ଗୋଲାପି ଜହ୍ନ । ଆଜି ସନ୍ଧ୍ୟା ୭ଟା ୫୫ରେ ଜହ୍ନ ସମ୍ପୂର୍ଣ୍ଣ ଗୋଲ ହୋଇଯିବ ବୋଲି ନାସା ପକ୍ଷରୁ କୁହାଯାଇଛି ।

୨୦୨୨ରେ ଆକାଶରେ ଦେଖାଯିବ ୮ଟି ପୂର୍ଣ୍ଣଚନ୍ଦ୍ର ବା ଫୁଲ୍‌ମୁନ୍‌ ଦେଖିବାକୁ ମିଳିବ । ମାସରେ ଥରେ ଆକାଶରେ ଦେଖାଯାଇପାରେ ଫୁଲ୍‌ମୁନ୍‌ । ସୂର୍ଯ୍ୟ,ଚନ୍ଦ୍ର ଓ ପୃଥିବୀ ଏକ କାଳ୍ପନିକ ୧୮୦ ଡିଗ୍ରୀରେ ରହିଲେ ଘଟେ ଏହ ବିରଳ ଦୃଶ୍ୟ ଦେଖାଯାଏ । ଚଳିତ ଥର ୧୫ ଏପ୍ରିଲ୍‌ରୁ ୧୮ ଏପ୍ରିଲ ପର୍ଯ୍ୟନ୍ତ ଆକାଶରେ ଦେଖାଯିବ ଫୁଲମୁନ ।

nis-ad
Leave A Reply

Your email address will not be published.