ମାନସ ସ୍ବାଇଁ ହତ୍ୟା ମାମଲା: ଅଭିଯୁକ୍ତଙ୍କ ହେବ ଟିଆଇ ପରେଡ୍‌

ଭଦ୍ରକ: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ଟିଆଇ ପରେଡ୍‌ କରାଯିବ । ଏନେଇ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟ ପକ୍ଷରୁ ଅନୁମତି ଦିଆଯାଇଛି । ଅଭିଯୁକ୍ତଙ୍କୁ ଟିଆଇ ପରେଡ୍‌ ଅନୁମତି ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଗତ ୧୩ରେ ଆବେଦନ କରାଯାଇଥିଲା । ଆବେଦନର ବିଚାର କରି ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟ ଏହି ଅନୁମତି ଦେଇଛନ୍ତି।

ଅନ୍ୟପକ୍ଷେ, ଶନିବାର ମାନସଙ୍କୁ ଅପହରଣ କରିଥିବା ଭାଗ୍ୟଧର ନାୟକ ଏବଂ ଶର୍ମିଷ୍ଠାର ଭାଇ ପରମେଶ୍ୱର ରାଉତଙ୍କୁ ଜେରା ପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ମିଳିଛି। ସେହିପରି ଆସନ୍ତା ୨୨ରେ ସମସ୍ତ ଅଭିଯୁକ୍ତ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହେବାକୁ କୁହାଯାଇଛି।

nis-ad
Leave A Reply

Your email address will not be published.