ପଣା ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅପ୍ରେଲ୧୪: ଆଜି ପଣା ସଂକ୍ରାନ୍ତି ତଥା ଓଡିଆ ନବବର୍ଷ । ମନ୍ଦିର, ଘରେ ସବୁଠାରେ ପଣା ପୂଜାର ବିଧି ରହିଛି । ଏଥିସହିତ ଏହି ଦିନଟି ଶ୍ରୀ ହନୁମାନଙ୍କ ଜୟନ୍ତୀ ଭାବେ ପାଳନ ହୋଇଥାଏ । ଆଜି ବିଭିନ୍ନ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଛି ଝାମୁ ଯାତ୍ରା ।ତେବେ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେ କହିଛନ୍ତି ପବିତ୍ର ପଣା ସଂକ୍ରାନ୍ତି ତଥା ଓଡିଆ ନୂଆବର୍ଷ ଅବସରରେ ଆପଣ ସମସ୍ତଙ୍କୁ ମୋର ଅଭିନନ୍ଦନ । ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ନୂଆବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ । ଜୟ ଜଗନ୍ନାଥ ।

nis-ad
Leave A Reply

Your email address will not be published.