ରୋପ ୱେ ମଧ୍ୟରେ ଧକ୍କା, ୨ ମୃତ, ୩୦ ଉଦ୍ଧାର

ରାଞ୍ଚି: ଝାଡ଼ଖଣ୍ଡର ଦେବଘର ନିକଟ ତ୍ରିକୁଟ ପାହାଡ଼ ଶିଖରରେ ଥିବା ରୋପୱେ ଅଘଟଣରେ ଧିରେ ଧିରେ ସଫଳତା ପାଇବାରେ ଲାଗିଛି ଉଦ୍ଧାରକାରୀ ଟିମ । ବର୍ତ୍ତମାନ ସୁଦ୍ଧା ୩୦ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ସାରିଛି । ଫସି ରହିଥିବା ଅବଶିଷ୍ଟ ୧୮ ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଜାରି ରହିଛି । ଉଦ୍ଧାରକାର୍ଯ୍ୟ ବେଶ ଆହ୍ବାନପୂର୍ଣ୍ଣ ଥିବାବେଳେ ବାୟୁସେନା ହେଲିକପ୍ଟର ସହ ITBP ଯବାନମାନେ ସାମିଲ ହୋଇଛନ୍ତି ।

ଗତକାଲି (ରବିବାର) କିଛି ଟ୍ରଲି ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଫଳରେ ୨ ହଜାର ଫୁଟ ଉପରେ ପ୍ରାୟ ୧୮ ଘଣ୍ଟାରୁ ଅଧିକ ସମୟ ଧରି ୮ଟି ଟ୍ରଲିରେ ଥିବା ୩୨ ଜଣ ପର୍ଯ୍ୟଟକ ଜୀବନ ମରଣ ମଧ୍ୟରେ ଝୁଲି ରହିଥିଲେ । ଉଦ୍ଧାର ପାଇଁ ପ୍ରଥମେ ଏନଡିଆରଏଫ ଟିମ୍‌ ନିୟୋଜିତ ହୋଇଥିବା ବେଳେ ପରେ ସେନାର ସହାୟତା ନିଆଯାଇଥିଲା । ଅଘଟଣରେ ୨ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟରେ ଦୁଇଟି Mi-17 ହେଲିକପ୍ଟର ନିୟୋଜିତ ହୋଇଥିବା ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ମିଳିଛି ।

ଖବର ଅନୁସାରେ ମୋହନପୁର ବ୍ଲକ ଅନ୍ତର୍ଗତ ତ୍ରିକୁଟ ପର୍ବତରେ ଅବସ୍ଥିତ ରୋପ-ୱେରେ ପର୍ଯ୍ୟଟକ ବୁଲିବାର ମଜା ନେଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ରୋପୱେ ଟ୍ରଲି ଫସି ରହିଥିଲେ । ପରେ ଖବର ମିଳିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କର୍ଯ୍ୟ ଆରମ୍ଭ ହୋଇଥିଲା । ଦେବଘର ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ପରଠୁ ରୋପ-ୱେକୁ ବନ୍ଦ କରି ଦିଅଯାଇଛି।

ବର୍ତ୍ତମାନ ସୁଦ୍ଧା ୩୦ ଜଣଙ୍କୁ ଉଦ୍ଧାର କରାଯାଇ ସରିଥିବା ବେଳେ ପ୍ରକ୍ରିୟା ଜାରି ରହିଛି । ଘଟଣା କେଉଁ ପରିସ୍ଥିତିରେ ଘଟିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ କରାଯିବା ନେଇ ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି । ପ୍ରାଥମିକ ଭାବେ ରକ୍ଷଣାବେକ୍ଷଣ ଅଭାବରୁ ରୋପ-ଓ୍ବେର ଟ୍ରଲିରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିବା ସନ୍ଦେହ କରାଯାଉଛି ।

nis-ad
Leave A Reply

Your email address will not be published.